ମଞ୍ଚ ଉପରେ ମନ୍ତ୍ରୀଙ୍କ ନାଚ : ମେ ହୁଁ ଡନ୍ ଗୀତରେ ନାଚିଲେ ଶ୍ରମମନ୍ତ୍ରୀ; ଗଣେଶ ଭସାଣୀ କାର୍ଯ୍ୟକ୍ରମରେ ଯୋଗଦେଇ ମଞ୍ଚ ଉପରେ ନାଚିଲେ ସାରଦା ନାୟକ

488

କନକ ବ୍ୟୁରୋ : ଷ୍ଟେଜ୍ ସୋରେ ମନ୍ତ୍ରୀଙ୍କ ଦମଦାର ଡ୍ୟାନ୍ସ । ‘ମେ ହୁଁ ଡନ୍’ ଗୀତରେ ନାଚିଲେ ଶ୍ରମମନ୍ତ୍ରୀ ସାରଦା ନାୟକ । ସୁନ୍ଦରଗଡ଼ ସୁନାରିପଡ଼ାରେ ଚାଲିଥିବା ଷ୍ଟେଜ୍ ‘ସୋ’ରେ ନାଚିଛନ୍ତି ସାରଦା ନାୟକ । ଗଣେଶ ପୂଜା କମିଟିର ସିଲଭର ଜୁବଲି ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏଥିରେ ମନ୍ତ୍ରୀଙ୍କ ଦମଦାର ଡ୍ୟାନ୍ସ ଦେଖିବାକୁ ମିିଳିଥିଲା ।

ମନ୍ତ୍ରୀଙ୍କ ଡ଼୍ୟାନ୍ସ କରିବାର ଭିଡ଼ିଓ ସାମ୍ନାକୁ ଆସିଥିବା ବେଳେ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । କିଛି ଦିନ ତଳେ ସୁନ୍ଦରଗଡରେ ବିଜେଡିର ଗୋଷ୍ଠକନ୍ଦଳକୁ ନେଇ ଯୁବ ବିଜେଡି ନେତା ପ୍ରକାଶ ପାଶୱାନ ଓ ଛାତ୍ର ବିଜେଡି ରାଜ୍ୟ ସମ୍ପାଦକ ରବୀନ୍ଦ୍ର ପ୍ରଧାନଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ରବୀନ୍ଦ୍ର ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ସାରଦା ନାୟକ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡେଇଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ।

ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ତଥା ଆଦିବାସୀ ନେତା ମଙ୍ଗଳା କିଷାନ ରବୀନ୍ଦ୍ରଙ୍କ ସ୍ୱରରେ ସ୍ୱର ମିଳାଇ ଦଳୀୟ କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିଥିଲେ । ଗୋଷ୍ଠୀ କନ୍ଦଳକୁ ନେଇ ସୁନ୍ଦରଗଡ ବିଜେଡି ରାଜନୀତି ସରଗରମ ଥିବାବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଭେଟିଥିଲେ ମଙ୍ଗଳା କିଷାନ । ହେଲେ ଏବେ ମେ ହୁଁ ଡନ୍ ଗୀତରେ ନାଚି ସାରଦା ନିଜର ଦମ୍ ଦେଖାଇଥିବା ଚର୍ଚ୍ଚା ହେଉଛି ।