ଉତରକାଶୀରେ ଶ୍ରମମନ୍ତ୍ରୀ ସାରଦା ନାୟକ: ଉଦ୍ଧାରକାର୍ଯ୍ୟ ସ୍ଥଳରେ ପହଂଚି ଓଡ଼ିଆ ଶ୍ରମିକଙ୍କ କଥା ବୁଝିଲେ ସାରଦା ନାୟକ

114

କନକ ବ୍ୟୁରୋ: ଓଡ଼ିଆ ଶ୍ରମିକ ଫସିବା ପରେ ଉତରକାଶୀ ଯାଇଛନ୍ତି ଶ୍ରମମନ୍ତ୍ରୀ ସାରଦା ନାୟକ । ଉଦ୍ଧାରକାର୍ଯ୍ୟ ସ୍ଥଳରେ ପହଂଚି ଓଡ଼ିଆ ଶ୍ରମିକଙ୍କ କଥା ବୁଝଛନ୍ତି । ସାରଦା ନାୟକଙ୍କ ସହିତ ଫସିରହିଥିବା ଓଡ଼ିଆ ଶ୍ରମିକଙ୍କ ପରିବାର ଓ ସମ୍ପର୍କୀୟ ମଧ୍ୟ ଉପସ୍ଥିତ ରହିଛନ୍ତି । କନକ ନ୍ୟୁଜ୍କୁ ସୂଚନା ଦେଇ କହିଛନ୍ତି ଯେ ଖୁବଶୀଘ୍ର ଉଦ୍ଧାର ହେବେ ଫସିଥିବା ଶ୍ରମିକ । ବାହାରେ ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି । ଘଟଣାସ୍ଥଳରେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଓ କେନ୍ଦ୍ରମନ୍ତ୍ରୀ ଭି.କେ ସିଂ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖୁଛନ୍ତି । ତେଣୁ କୌଣସି ମୁହୂର୍ତରେ ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରେ ବୋଲି ସୂଚନା ଦେଇଛନ୍ତି ଶ୍ରମମନ୍ତ୍ରୀ ।