ଆମକୁ ମିଳୁନି ପାରିଶ୍ରମିକ, କେମିତି ପୂରିବ ପରିବାର ପେଟ । ଅସାଧୁ କର୍ମଚାରୀଙ୍କ ପଇସା ଲୋଭ ପାଇଁ ଲୁହ ଝରାଉଛନ୍ତି ଶ୍ରମିକ ।

147
କନକ ବ୍ୟୁରୋ: ଦାଦନ ପ୍ରବଣ ଅଂଚଳରେ ଶ୍ରମିକକୁ ମିଲୁନି ପାରିଶ୍ରମିକ  । ତାଲାବନ୍ଦ ଯୋଗଁ ଲୋକମାନେ ରୋଜଗାର ହରାଇଥିଲେ  । ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକ ମାନେ ନିଜ ଗାଁକୁ ଫେରିଥିଲେ  । ଏହି ଶ୍ରମିକ ମାନେ ତାଲାବନ୍ଦ ସମୟରେ କିପରି ରୋଜଗାର କ୍ଷମ ହୋଇ ନିଜ ପରିବାର ପୋଷନ କରି ପାରିବେ ସେ ନେଇ ସରକାର ମନରେଗା ଯୋଜନାରେ ଲୋକଙ୍କୁ କାମ ଯୋଗାଇ ଦେଇଥିଲେ  । ହେଲେ କିଛି ଅସାଧୁ କର୍ମଚାରୀଙ୍କ ଯୋଗୁଁ ଶ୍ରମିକ ମାନେ ପରିଶ୍ରମ କରି ମଧ୍ୟ ନିଜ ପରିଶ୍ରମିକ ପାଇବାରୁ ବଂଚିତ ହେଉଛନ୍ତି  ।
ତେବେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଲିଛି ଦାଦନ ପ୍ରବଣ ଅଂଚଳ ଗାଇସିଲାଟ ବ୍ଲକରେ  । ଗାଇସିଲାଟ ବ୍ଲକ ଗିଦମାଲ ଗ୍ରାମର ଶ୍ରମିକମାନେ ତାଲାବନ୍ଦ ସମୟରେ ମନରେଗା ଯୋଜନାରେ ଚାରି ସପ୍ତାହ ଅର୍ଥାତ ମାସେ ଧରି ମାଟି କାମ କରିଥିଲେ  । ହେଲେ ମାଟି ବୋହିବାର ୬ ମାସ ବିତି ଯାଇଥିଲେ ମଧ୍ୟ ଶ୍ରମିକ ମାନେ ମଜୁରୀ ପାଇ ନାହାଁନ୍ତି  । କାମ କରି ଟଙ୍କା ନ ପାଇ ବହୁ କଷ୍ଟାରେ ଧାର କରଜ କରି ଶ୍ରମିକମାନେ ପରିବାର ପ୍ରତିପୋଷଣ କରୁଛନ୍ତି  ।
ସବୁଠାରୁ ବଡ଼ କଥା ହେଲା କି, ଅସାଧୁ କର୍ମଚାରୀଙ୍କ ଏଭଳି କାର୍ଯ୍ୟ ଯୋଗୁଁ ଗରିବ ଖଟିଖିଆ ଲୋକ ଦାଦନ ଖଟିଯିବା ପାଇଁ ବାଧ୍ୟ ହେଉଥିବା ଅଭିଯୋଗ କରିଛନ୍ତି  । ଏନେଇ ସ୍ଥାନୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଛନ୍ତି । ହେଲେ ହେଲେ ସ୍ଥାନୀୟ ଅଧିକାରୀ କେବଳ ଭୂଆଁ ବୁଲାଉଛନ୍ତି  । ତେବେ କରୋନା କାଳରେ ଦୁଇ ଓଳି ଖାଇବାକୁ ପରିଶ୍ରମ କରୁଥିବା ଶ୍ରମିକଙ୍କୁ ତାଙ୍କ ପାରିଶ୍ରମିକ ମିଳୁନଥିବା ଅଭିଯୋଗ ପରେ ଏବେ ପ୍ରଶାସନର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଉଛି ।