କନକ ବ୍ୟୁରୋ: ବଲିଉଡ୍ ଅଭିନେତା ଅମିର ଖାନ ସବୁବେଳେ ତାଙ୍କର ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଆଉ ଏବେ ତାଙ୍କର ଆଗାମୀ ଫିଲ୍ମ ଲାଲ ସିଂହ ଚଢା ପାଇଁ ସେ ଚର୍ଚ୍ଚାରେ ଅଛନ୍ତି । ଲାଲ ସିଂହ ଚଢା ଫିଲ୍ମର ଏବେ ନୂଆ ରିଲିଜ୍ ତାରିଖ ସାମ୍ନାକୁ ଆସିଛି । ଆସନ୍ତା ୨୦୨୨ ମସିହା ଭାଲେଣ୍ଟାଇନ୍ ଡେ ଅମିର ଖାନଙ୍କ ଏହି ଫିଲ୍ମ ରିଲିଜ ହେବ ।
ଅମିର ଖାନଙ୍କ ଫିଲ୍ମ ଲାଲ ସିଂହ ଚଢା ଚଳିତ ବର୍ଷ ଖ୍ରୀଷ୍ଟମାସରେ ରିଲିଜ୍ ହେବାକୁ ଥିଲା । ହେଲେ କୋଭିଡ୍ କାରଣରୁ ଏହାର ରିଲିଜ୍ ତାରିଖ ଏବେ ଘୁଞ୍ଚାଯାଇଛି । ଏନେଇ ଅମିର ଖାନଙ୍କ ପ୍ରଡକ୍ସନ ନିଜେ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସୂଚନା ଦେଇଛି । ଆସନ୍ତା ବର୍ଷ ଭାଲେଣ୍ଟାଇନ ଡେରେ ଏହା ରିଲିଜ୍ ହେବ । ଅମିର ଖାନ ପ୍ରଡକ୍ସନ ପକ୍ଷରୁ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଲେଖାଯାଇଛି ଯେ,ଆସନ୍ତା ଅକ୍ଟୋବର ୨୨ ତାରିଖରୁ ସିନେମା ହଲ ଖୋଲିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ହେଲେ କୋଭିଡ୍ କାରଣରୁ ଲାଲ୍ ସିଂହ ଚଢାର ସୁଟିଂ ଡେରିର ଶେଷ ହୋଇଛି । ଏହି କାରଣରୁ ଆସନ୍ତାବର୍ଷ ଭାଲେଣ୍ଟାଇନ୍ ଡେରେ ଲାଲ୍ ସିଂହ ଚଢା ରିଲିଜ୍ ହେବ ।
View this post on Instagram
ସୂଚନାଯୋଗ୍ୟ ଯେ, ଲାଲ୍ ସିଂହ ଚଢା ଫିଲ୍ମ ଆମେରିକାନ୍ ଫିଲ୍ମ ଫରେଷ୍ଟ ଗମ୍ପର ରିମେକ୍ । ଏହି ଫିଲ୍ମରେ ଅମିରଙ୍କ ସହିତ କରୀନା କପୁର ଏବଂ ସାଉଥ୍ ସୁପରଷ୍ଟାର ନାଗା ଚୈତନ୍ୟ ମଧ୍ୟ ନଜର ଆସିବେ । ୨୦୨୨ ତାରିଖ ଫେବୃଆରୀ ୧୪ ତାରିଖରେ ଏହା ରିଲିଜ୍ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/3456491.jpg)