ବିଦେଶିନୀଙ୍କ ଓଡିଆଣୀ ବେଶ

Advertisment
ବିଦେଶିନୀଙ୍କ ଓଡିଆଣୀ ବେଶ

ଭୁବନେଶ୍ୱର :ସେକ୍ସ ରାକେଟରେ ବିଦେଶିନୀ ଧରାପଡିବା ଘଟଣା  । କିର୍ଗିଜସ୍ତାନ୍ ଆମ୍ବାସୀ ହେପାଜତକୁ ଗଲେ ସଂପୃକ୍ତ ବିଦେଶିନୀ । ଆଜି ତାଙ୍କୁ କିର୍ଗିଜସ୍ତାନ୍ ଦୂତାବାସ ଅଧିକାରୀଙ୍କୁ ହସ୍ତାନ୍ତର କରିଛି ରୁଚିକା ହେଲ୍ପ ଲାଇନ୍ । ତେବେ ଓଡିଆଣୀ ବେଶରେ ଦେଖିବାକୁ ମିଳିଛି ଏହି ବିଦେଶିନୀ ଯୁବତୀଙ୍କୁ । ନାଲି ଶାଢୀ ପିନ୍ଧି ମୁଣ୍ଡରେ ଓଢଣୀ ଦେଇ ଏକଦମ୍ ଓଡିଆଣୀ ବେଶରେ ନଜର ଆସିଛନ୍ତି ଯୁବତୀ ଜଣଙ୍କ । ଅନେକ ଦିନ ଧରି ମାନସିକ ଚାପରେ ରହୁଥିବା ଏହି କିର୍ଗିଜସ୍ତାନ ଯୁବତୀ ଘରକୁ ଫେରୁଥିବାରୁ ବେଶ ଖୁସି ଲାଗୁଥିଲେ । ସେକ୍ସ ର୍ୟାକେଟ୍ରେ ଭୁବନେଶ୍ୱରର ଏକ ଆପାର୍ଟମେଂଟରୁ ବିଦେଶିନୀ ଉଦ୍ଧାର ହେବା ପରେ ତାଙ୍କୁ ରୁଚିକା ହେଲ୍ପ ଲାଇନ୍ ରେ ରଖିଥିଲା କମିସନରେଟ ପୁଲିସ । ତେବେ ମନମୁତାବକ ଖାଇବା, ମଦ ଓ ସାଗାରେଟ୍ ମିଳୁନଥିବାରୁ ବେଶ ଉତ୍ପାତ କରୁଥିଲେ ଯୁବତୀ ଜଣଙ୍କ । ଏହାପରେ କିର୍ଗିଜ୍ସ୍ତାନ ଆମ୍ବାସୀ ସହ ଯୋଗାଯୋଗ କରିଥିଲା କମିସନରେଟ ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe