କନକ ବ୍ୟୁରୋ: ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବନ୍ଦ ହେବା ପରେ ଧିରେ ଧିରେ ତଥ୍ୟ ସାମ୍ନାକୁ ଆସିଛି । ପେଟିଏମ ପେମେଣ୍ଟ ବ୍ୟାଙ୍କରେ ଶତାଧିକ ଆକାଉଣ୍ଟର ସଠିକ୍ ଯାଞ୍ଚ ହୋଇନଥିଲା । କେୱାସି ନିୟମ ଠିକ ଭାବେ ପାଳନ ହେଉନଥିଲା । ଯେଉଁଥି ପାଇଁ ଆରବିଆଇ ପେଟିଏମ ପେମେଣ୍ଟ ବ୍ୟାଙ୍କ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମଳିଛି । ବିନା ଯାଂଚରେ ଶତାଧିକ ପେଟିଏମ ଆକାଉଣ୍ଟ ଖୋଲାଯାଇଥିଲା । ବେଆଇନ ଅର୍ଥ ହେରଫେର କରିବା ଉଦେଶ୍ୟରେ ଏଭଳି କରାଯାଇଥିବା କୁହାଯାଉଛି ।

Advertisment

ଫେବୃଆରୀ ୨୯ ତାରିଖରୁ ପେଟିଏମ ପେମେଟ ବ୍ୟାଙ୍କ ବନ୍ଦ ହେବାକୁ ଥିବା ବେଳେ ମାମଲାର ଇଡି ତଦନ୍ତ କରିବ ବୋଲି ସୂଚନା ମଳିଛି । ଏକାଧିକ ପେଟିଏମ ବ୍ୟାଙ୍କ ଆକାଉଣ୍ଟରେ ପରିଚୟ ପତ୍ର ସମାନ ରହିଛି । ଗୋଟିଏ ପାନ ନମ୍ବରରେ ହଜାରେ ଆକାଉଣ୍ଟ ଖୋଲାଯାଇଥିବା ସୂଚନା ମିଳିଛି । ଯେଉଁଥିରେ କୋଟି କୋଟି ଟଙ୍କାର କାରବାର ହୋଇଛି । କିନ୍ତୁ ବେଆଇନ ଅର୍ଥ ହେରଫେର ଅଭିଯୋଗକୁ ଖଣ୍ଡନି କରିଛି ପେଟିଏମ । ତେବେ ଆରବିଆଇର କାର୍ଯ୍ୟାନୁଷ୍ଠାନ ପରେ ପେଟିଏମର ସେୟାର ୨୦ ପ୍ରତିଶତ ହ୍ରାସ ପାଇଛି । ସେପେଟ ପେଟିଏମ ବଦଳରେ ଅଲଗା ଆପ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଛି ବ୍ୟବସାୟୀ ମହାସଂଘ ।