କନକ ବ୍ୟୁରୋ : ପାଇଖାନାରେ ଦିନ କାଟୁଛନ୍ତି ୱାର୍ଡ ମେମ୍ବର । ମୟୂରଭଞ୍ଜ ଜିଲ୍ଲା ଉଦଳାରୁ ଆସିଛି ଏଭଳି ଅଭାବନୀୟ ଚିତ୍ର । ଉଦଳା ବ୍ଲକ ବଡ଼ଖମଣ ପଂଚାୟତ କୁଟଲିଂ ଗ୍ରାମର ରାଇକାଳି ସାହିର ବଂଶୀଧର ମୁଖୀ ଓ ପତ୍ନୀ ସୁମତି । ଉଭୟେ ବହୁତ ଗରିବ । ପତ୍ନୀ ହେଉଛନ୍ତି ସମିତି ସଭ୍ୟ । ବର୍ଷକ ତଳେ ନିଆଁ ଲାଗି ତାଙ୍କ ଘର ଜଳି ପାଉଁଶ ହୋଇଯାଇଥିଲା । ଯାହା ପରଠାରୁ ଏହି ଦମ୍ପତି ଘର ଖଣ୍ଡିଏ ପାଇବା ପାଇଁ ସରଂପଚଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କ ଦ୍ୱାରସ୍ଥ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ଘର ମିଳିପାରିଲା ନାହିଁ । ଫଳରେ ଏବେ ସମିତି ସଭ୍ୟ ଓ ତାଙ୍କ ସ୍ୱାମୀ ପାଇଖାନାରେ ଜୀବନ ବିତାଉଛନ୍ତି । ଦୀର୍ଘ ଦିନ ଧରି ଏମିତି ଜୀବନ ବିତାଉଥିଲେ ବି ଆଜି ପର୍ଯ୍ୟନ୍ତ ନା ସରକାରୀ ସହାୟତା ନା କାହାରି ନଜର ସେମାନଙ୍କ ଉପରେ ପଡ଼ିନାହିଁ ।
ଜନପ୍ରତିନିଧି ହୋଇ ବି ମିଳିନାହିଁ ସରକାରୀ ସହାୟତା । ସରକାରୀ ପାଇଖାନାରେ ଜୀବନ ବିତାଉଛନ୍ତି ଉଦଳା ବଡ଼ଖମଣ ପଂଚାୟତ କୁଟଲିଂର ୱାର୍ଡ ମେମ୍ବର
/kanak/media/post_attachments/wp-content/uploads/2023/12/32-10.jpg)