ପଦ୍ମପୁର ଉପନିର୍ବାଚନ : ପ୍ରଦୀପ ପୁରୋହିତ ପ୍ରାର୍ଥୀ ହେବା ନେଇ କୁସୁମ ଟେଟେଙ୍କ ସୂଚନା

537

କନକ ବ୍ୟୁରୋ : ପଦ୍ମପୁର ଉପ-ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । କୌଣସି ଦଳ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ବିଜେପି ବିଧାୟିକା କୁସୁମ ଟେଟେ ବଡ ସୂଚନା ଦେଇଛନ୍ତି । ପଦ୍ମପୁରରେ ବିଜେପିରୁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପ୍ରାର୍ଥୀ ହେବେ ବୋଲି ସୂଚନା ଦେଇଛନ୍ତି କୁସୁମ ଟେଟେ । ଏପରିକି ପ୍ରଦୀପ ୧୪ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ ଓ ସେଠାରେ ଉପସ୍ଥିତ ରହିବାକୁ କୁହାଯାଇଥିବା ନେଇ ସୂଚନା ଦେଇଛନ୍ତି ପ୍ରଦୀପ ।

ଅନ୍ୟପଟେ ଶାସକ ବିଜେଡି ଏହି ଆସନରେ ୨୦୧୯ ନିର୍ବାଚନରେ ବାଜିମାତ୍ କରିଥିବା ବେଳେ ପୁଣିଥରେ ଏହି ଆସନ ବଜାୟ ରଖିବା ଉପରେ ଗୁରୁତ୍ୱ ଦେଉଛି । ଯେଉଁଥିପାଇଁ ପ୍ରାର୍ଥୀ ଚୟନ ମାପିଚୁପି ଗୋଟି ଚଳାଉଛି ବିଜେଡି । ସେହିଭଳି କଂଗ୍ରେସ ଏଯାବତ କାହାକୁ ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ଖୁବଶୀଘ୍ର ନାଁ ଘୋଷଣା ହେବ ବୋଲି ଦଳୀୟ ଶିବିରରୁ ସୂଚନା ମିଳିଛି । ଆସନ୍ତା ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପ-ନିର୍ବାଚନ ପାଇଁ ପଡିବ ଭୋଟ । ଡିସେମ୍ବର ୮ରେ ପ୍ରକାଶ ପାଇବ ଫଳାଫଳ ।