ଯେଉଁ ଦଳ ପରିଚୟ ଦେଇଛି ତାକୁ କେବେ ଧୋକା ଦେବିନି । ବିଜେଡିକୁ ଯିବା ନେଇ ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଲେ କୁସୁମ ଟେଟେ

ଯେଉଁ ଦଳ ପରିଚୟ ଦେଇଛି ତାକୁ କେବେ ଧୋକା ଦେବିନି । ବିଜେଡିକୁ ଯିବା ନେଇ ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଲେ କୁସୁମ ଟେଟେ

କନକ ବ୍ୟୁରୋ : ବିଜେଡିକୁ ଯିବା ନେଇ ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା କୁସୁମ ଟେଟେ । ବିଜେଡିକୁ ଯିବା ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି । କହିଛନ୍ତି, ବିଜେଡିକୁ କାନ୍ଦିକାନ୍ଦି ଟିକେଟ ମାଗିଥିଲି ଦେଇନଥିଲେ । ତାଙ୍କ ସହ ବିଜେଡି ଯାହା କରିଛି ସେ କେବେ ଭୁଲି ପାରିବେନି । ଯେଉଁ ଦଳ ପରିଚୟ ଦେଇଛି ତାକୁ କେମିତି ଧୋକା ଦେବି ।

ଏହା କେବଳ ଅପପ୍ରଚାର ବୋଲି କହିଛନ୍ତି କୁସୁମ ଟେଟେ । କୁସୁମ ଟେଟେ ୨୦୧୪ରେ ବିଜେଡିରୁ ବିଧାୟିକା ଭାବରେ ଲଢି କଂଗ୍ରେସ ପ୍ରାର୍ଥୀ ଯୋଗେଶ ସିଂଙ୍କ ଠାରୁ ନିର୍ବାଚନରେ ହାରିଯାଇଥିଲେ । ୨୦୧୪ରୁ ୨୦୧୯୫ ବର୍ଷ ବିଜେଡି ସହ ଥିଲେ ବି କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା ଯୋଗେଶ ସିଂହକୁ ବିଜେଡି ଟିକେଟ ଦେଇଥିଲା । ଏହା ପରେ ସେ ବିଜେପିରେ ସାମିଲ ହୋଇ ବିଧାୟକ ନିର୍ବାଚିତ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe