କନକ ବ୍ୟୁରୋ : ବିଜେଡିକୁ ଯିବା ନେଇ ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା କୁସୁମ ଟେଟେ । ବିଜେଡିକୁ ଯିବା ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି । କହିଛନ୍ତି, ବିଜେଡିକୁ କାନ୍ଦିକାନ୍ଦି ଟିକେଟ ମାଗିଥିଲି ଦେଇନଥିଲେ । ତାଙ୍କ ସହ ବିଜେଡି ଯାହା କରିଛି ସେ କେବେ ଭୁଲି ପାରିବେନି । ଯେଉଁ ଦଳ ପରିଚୟ ଦେଇଛି ତାକୁ କେମିତି ଧୋକା ଦେବି ।
ଏହା କେବଳ ଅପପ୍ରଚାର ବୋଲି କହିଛନ୍ତି କୁସୁମ ଟେଟେ । କୁସୁମ ଟେଟେ ୨୦୧୪ରେ ବିଜେଡିରୁ ବିଧାୟିକା ଭାବରେ ଲଢି କଂଗ୍ରେସ ପ୍ରାର୍ଥୀ ଯୋଗେଶ ସିଂଙ୍କ ଠାରୁ ନିର୍ବାଚନରେ ହାରିଯାଇଥିଲେ । ୨୦୧୪ରୁ ୨୦୧୯୫ ବର୍ଷ ବିଜେଡି ସହ ଥିଲେ ବି କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା ଯୋଗେଶ ସିଂହକୁ ବିଜେଡି ଟିକେଟ ଦେଇଥିଲା । ଏହା ପରେ ସେ ବିଜେପିରେ ସାମିଲ ହୋଇ ବିଧାୟକ ନିର୍ବାଚିତ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/12-6.jpg)