କନକ ବ୍ୟୁରୋ : ଏଭଳି ମୃତ୍ୟୁ ଆସିବ ବୋଲି କିଏ ବା ଜାଣିଥିଲା? ଜଣେ ନୁହେଁ କି ଦୁଇଜଣ ନୁହେଁ ଏକା ସାଙ୍ଗରେ ୧୩ଜଣଙ୍କୁ ସାଙ୍ଗରେ ନେଇଗଲା ମୃତ୍ୟୁ । ବିବାହ ଉତ୍ସବରେ ସତେଯେପରି କାଳଫାସ ବିଛାଇ ବସିଥିଲେ ଯମରାଜ । ଉତରପ୍ରଦେଶ କୁଶୀନଗରରେ ବିଭାଅ ଉତ୍ସବରେ ଯେଉଁ ଘଟଣା ଘଟିଯାଇଛି ତାହା ସାରା ଦେଶକୁ ଦୋହଲାଇଦେଇଛି ।
ବିବାହ ଉତ୍ସବରେ ହଳଦି ରସମ୍ ବେଳେ ଚାଲିଗଲା ୧୩ ଜଣଙ୍କ ଜୀବନ । ଏପରି ଏକ ଦୁଃଖଦ ଖବର ଆସିଛି ଉତରପ୍ରଦେଶ କୁଶୀନଗର ଅଞ୍ଚଳରୁ । ଗତକାଲି ରାତି ପାଖାପାଖି ୮ଟା ୩୦ରେ ହଳଦି ରସମ୍ ଚାଲିଥିଲା । ସୂଚନା ଅନୁସାରେ ଏକ କୂଅରେ ପଡ଼ିଥିବା ସ୍ଲାବରେ ବସି ମହିଳାମାନେ ପୂଜା କରୁଥିଲେ । ଏହି ସମୟରେ ସ୍ଲାବଟି ଭାଂଗି ଯାଇଥିଲା । କୂଅରେ ବସିଥିବା ମହିଳାମାନେ ଖସି ପଡ଼ିଥିଲେ । ଫଳରେ ୧୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଏଥିରେ ୯ ଜଣ ଛୋଟ ପିଲା ଅଛନ୍ତି । ଛୋଟ ପିଲାଙ୍କ ବୟସ ୫ରୁ ୧୫ ବର୍ଷ ମଧ୍ୟରେ ହେବ । ହସ୍ପିଟାଲରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । କୁହାଯାଉଛି ଏହି ହଳଦି ରସମ୍ ପାଇଁ ପାଖାପାଖି ୫୦ରୁ ୬୦ ଜଣ ମହିଳା ଏକାଠି ହୋଇଥିଲେ । ପାଖାପାଖି ୩୫ ଜଣ ମହିଳା କୁଅ ଭିତରକୁ ଖସିପଡ଼ିଥିଲେ । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ମୋଗି ଦୁଃଖ ପ୍ରକାଶ କରିଛନ୍ତି ।
ସେପଟେ, ଏହି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ୧୩ଜଣଙ୍କ ଶବ ଏକା ସାଙ୍ଗରେ ଉଠାଇବା ନେଇ ପ୍ରସ୍ତୁତି ଚାଲିଛି । ଏହି ଘଟଣାରେ ମୃତ୍ୟୁବରଣ କରିଥିବା ୧୩ଜଣଙ୍କ ମଧ୍ୟରୁ ୧୨ଜଣ ମହିଳା ଗୋଟିଏ ଗାଁର ଲୋକ ବୋଲି ଜଣାପଡିଛି । ଏବେ ଗୋରେଗିଂଆ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଗୋଟିଏ ଗାଁରୁ ୧୨ଜଣଙ୍କ ଶବ ଉଠିଛି । ଚାରିଆଡେ କାନ୍ଦ-ବୋବାଳିର ସ୍ୱର ଶୁଣାଯାଉଛି । ଅନ୍ୟପଟେ ଯେଉଁ ବିବାହରେ ଏହି ଦୁର୍ଘଟଣା ଘଟିଲା, ସେଠାରେ ବିବାହକୁ ଅଟକାଇ ଦେଇଛନ୍ତି ପରିବାର ଲୋକେ । କହିଛନ୍ତି, ଯଦି ଗାଁଲୋକେ ସମର୍ଥନ କରନ୍ତି ତେବେ ଯାଇଁ ବାହାଘର ଆଜି ହେବ ନହେଲେ ଅନ୍ୟ ଦିନକୁ ବାହାଘର ଘୁଞ୍ଚାଇ ଦିଆଯିବ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us