କନକ ବ୍ୟୁରୋ : ସୂର୍ଯ୍ୟମୂଖୀ ଫସଲକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ସରକାର କିଣନ୍ତୁ ବୋଲି ଦାବି କରି ହଜାର ହଜାର କୃଷକ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏନେଇ କୁରୁକ୍ଷେତ୍ରର ପିପଲି କୃଷକମାନେ ଦିଲ୍ଲୀ-ଚଣ୍ଡିଗଡ ରାଜପଥରେ ୨୧ ଘଣ୍ଟା ଧରି ଧାରଣା ଦେଇଛନ୍ତି । ଆନ୍ଦୋଳନକାରୀ କୃଷକମାନେ ରାଜପଥରେ ରାତି ବିତାଇବା ସହ ସେହିଠାରେ ଖାଦ୍ୟ ପ୍ରସ୍ତୁତ କରି ଖାଉଛନ୍ତି ।

Advertisment

ମଙ୍ଗଳବାର ସକାଳ ୧୧ ଟା ପର୍ଯ୍ୟନ୍ତ ମିଳିଥିବା ସୂଚନା ମୁତାବକ ରାଜପଥରେ କୃଷକଙ୍କ ଆନ୍ଦୋଳନ ଯୋଗୁଁ ଦିଲ୍ଲୀ-ଚଣ୍ଡିଗଡ-ଅମୃତସର ରାଜପଥ କୁରୁକ୍ଷେତ୍ର ପୂର୍ବରୁ ୩୦ କିଲୋମିଟର ପର୍ଯ୍ୟନ୍ତ ଜାମ ରହିଛି । ରାଜପଥର ରଙ୍ଗରୁଟରେ ଯାତ୍ରୀମାନେ ୟୁଟର୍ନ ନେଉଛନ୍ତି ।

ସେପଟେ ରାଜପଥ ଜାମ୍ ହେବା ପରେ ଆକ୍ସନମୋଡକୁ ଆସିଛି ପ୍ରଶାସନ । ପ୍ରଶାସନ ତରଫରୁ ରାଜପଥ ଆଇନର ଧାରା ୩୩୦,୩୩୩ ଆଧାରରେ ହଜାର ହଜାର କୃଷକଙ୍କ ନାମରେ ମାମଲା ରୁଜୁ କରାଯାଇଛି । ସୂଚନା ଥାଉକି ଏହି ବିବାଦ ସମ୍ପୂର୍ଣ୍ଣ ଭାବେ ହରିଆଣା ସରକାରଙ୍କ ଏମଏସପି ସହ ଜଡିତ । କରୁକ୍ଷେତ୍ରରେ ହୋଇଥିବା ମହାପଞ୍ଚାୟତରେ ସରକାର ଆଲୋଚନା ପାଇଁ ନଆସିବା ଫଳରେ କୃଷକମାନେ ସୋମବାର ଦିନରୁ ରାଜପଥ ଜାମ୍ କରି ଧାରଣାରେ ବସିଛନ୍ତି ।