କନକ ବ୍ୟୁରୋ: କୋରାପୁଟ ଦଶମନ୍ତପୁର ବ୍ଲକ ଲୁଲ୍ଲା ପଞ୍ଚାୟତ ଚର୍ଚ୍ଚିତ ପଦୁଗୁଡାକୁ ନେଇ ରାଜନୀତି । ସ୍ୱାଧିନତା ଦିବସ ସଭାରେ କୁନି ଝିଅ ସୋନାଲି ନିଜ ଗାଁର ସମସ୍ୟା ସମ୍ପର୍କରେ କହିବା ଓ ଗଣମାଧ୍ୟମରେ କୁନି ଝିଅର କଥା ପ୍ରସାରଣ ହେବା ପରେ ପଦୁଗୁଡାରେ ପହଞ୍ଚି ପ୍ରକୃତ ସ୍ଥିତି ଅନୁଧ୍ୟାନ କରୁଛନ୍ତି ପ୍ରଶାସନିକ ଅଧିକାରୀ ଓ ରାଜନେତା ।

Advertisment

ବିଜେଡି ବିଧ୍ୟାୟକ ପ୍ରଭୁ ଜାନି ଓ କଂଗ୍ରେସ ଜିଲ୍ଲା ସଭାପତି ଦୁର୍ଗା ଶଙ୍କର ସାହୁ । ବିଧାୟକ ୨୦୧୯ ନିର୍ବାଚନ ବେଳେ ଗାଁକୁ ଆସିଥିଲେ । ଚାରି ବର୍ଷ ପରେ ପୁଣି ଆସିଛନ୍ତି, ତେଣୁ ପଦୁଗୁଡାର ଉନ୍ନତି ପାଇଁ ବିଧାୟକଙ୍କ ଉପରେ ଭରଷା ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ସେପଟେ କୋରାପୁଟ କଂଗ୍ରେସ ଜ଼ିଲ୍ଲା ସଭାପତି, ଦଳୀୟ କର୍ମୀଙ୍କୁ ନେଇ ପଦୁଗୁଡାରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି । ଛାତ୍ରୀ ସୋନାଲିଙ୍କ ଅଭିଯୋଗ ପରେ ଦଶମନ୍ତପୁର ବିଡିଓ ପଦୁଗୁଡା ଯାଇ ସ୍ଥିିତି ଅନୁଧ୍ୟାନ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ସେହି ରିପୋର୍ଟରେ ଭୁଲ ତଥ୍ୟ ଦେଇଥିବାରୁ ପ୍ରଶାସନିକ ଅଧିକାରୀଙ୍କୁ ନିନ୍ଦା କରିଥିଲେ ଗ୍ରାମବାସୀ ।