କୁନ୍ଦୁଲି ଗଣଦୁଷ୍କର୍ମ ମାମଲା: ହାଇକୋର୍ଟରେ ଚୂଡାନ୍ତ ରିପୋର୍ଟ ଦାଖଲ କଲା ଏସଆଇଟି । ଘଟଣାର ତଦନ୍ତ ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ

କୁନ୍ଦୁଲି ଗଣଦୁଷ୍କର୍ମ ମାମଲା: ହାଇକୋର୍ଟରେ ଚୂଡାନ୍ତ ରିପୋର୍ଟ ଦାଖଲ କଲା ଏସଆଇଟି । ଘଟଣାର ତଦନ୍ତ ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ

କନକ ବ୍ୟୁରୋ: କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ହାଇକୋର୍ଟରେ ଦାଖଲ ହେଲା ଚୂଡାନ୍ତ ରିପୋର୍ଟ । ଏସଆଇଟି ପକ୍ଷରୁ ଚୂଡାନ୍ତ ରିପୋର୍ଟ ଆଜି ହାଇକୋର୍ଟରେ ଦାଖଲ ହୋଇଛି । ପୂର୍ବରୁ ଘଟଣାର ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏସଆଇଟି ଗଠିତ ହୋଇଥିଲା । ହାଇକୋର୍ଟରେ ଏନେଇ ମାମଲା ଦାୟର ହୋଇଥିଲା । ଆଉ ଉକ୍ତ ମାମଲାର ତଦନ୍ତ କରି ଆଜି ଚୂଡାନ୍ତ ରିପୋର୍ଟ ଦାଖଲ କରିଛି ଏସଆଇଟି ।

ତେବେ ରିପୋର୍ଟ ଦାଖଲ କରାଯିବା ପରେ ଏହାକୁ ଟ୍ରାଏଲ୍ କୋର୍ଟରେ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହା ପୂର୍ବରୁ ଡିସେମ୍ବର ୧୭ରେ କୁନ୍ଦୁଲି ଗଣଦୁଷ୍କର୍ମ ଓ ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାରେ ଏସଆଇଟି ତଦନ୍ତର ସ୍ଥିତି ସଂପର୍କରେ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଥିଲା। ସରକାରଙ୍କ ପକ୍ଷରୁ ଏସଆଇଟି ତଦନ୍ତ ସଂପର୍କିତ ଷ୍ଟାଟସ୍ ରିପୋର୍ଟ ବନ୍ଦ ଲଫାପାରେ ଦାଖଲ କରାଯାଇଥିଲା। ଏସଆଇଟି ତଦନ୍ତ ଶେଷ ହେବା ପାଇଁ ଆଉ କିଛି ସମୟ ଆବଶ୍ୟକ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯିବା ପରେ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ତାରିଖକୁ ଧାର୍ୟ୍ୟ ହୋଇଥିଲା।

ଅକ୍ଟୋବର ୨୦୧୭ରେ କୁନ୍ଦୁଲିରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଏମିତିକି କିଛି ସୁରକ୍ଷାକର୍ମୀ ତାଙ୍କୁ ଗଣ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ଆସିଥିଲା । ଏହାର ତିନି ମାସ ପରେ ପୀଡିତା ଆତ୍ମହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ରାଜନୈତିକ ବୟାନବାଜି ଓ ଆନ୍ଦୋଳନର ଚିତ୍ର ବି ଦେଖିବାକୁ ମିଳିଥିଲା । ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଆନ୍ଦୋଳନ,ପ୍ରତିବାଦ ଭିତରେ ହାଇକୋର୍ଟଙ୍କ ହସ୍ତକ୍ଷେପ ଓ କ୍ରାଇମ୍ରବାଂଚ ଏସଆଇଟି ଓ ପୋଲିସର ତଦନ୍ତ ଭଳି ଅନେକ ଚିତ୍ର ବି ଆସିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe