କୁନ୍ଦୁଲି ଗଣଦୁଷ୍କର୍ମ ମାମଲା । ସୁଧୁରୁଛି ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା । ହସ୍ପିଟାଲରୁ ଡିସଚାର୍ଜ ପରେ ଆଜି ସିଡବ୍ଲ୍ୟୁସିରେ ହେବେ ହାଜର

25

କନକ ବ୍ୟୁରୋ : କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତାଙ୍କ ସୁଧୁରୁଛି ସ୍ୱାସ୍ଥ୍ୟାବସ୍ଥା । ପୀଡିତାଙ୍କ ଚିକିତ୍ସା ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଜାରି ରହିଛି । ଶନିବାର ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବାରୁ ଆଜି ପୀଡିତାଙ୍କୁ ଡିସଚାର୍ଜ କରାଯିବାକୁ ଯୋଜନା କରାଯାଇଛି । ହସ୍ପିଟାଲରୁ ଡିସଚାର୍ଜ ପରେ ପୀଡିତାଙ୍କୁ କୋରାପୁଟ ସିଡବ୍ଲ୍ୟୁସିରେ ହାଜର କରାଯିବ । ଏହାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ପାଇଁ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି ।

ଯଦି ପରିବାର ଲୋକେ ପୀଡିତାଙ୍କୁ ନେବାକୁ ମନା କରିଦିଅନ୍ତି, ତେବେ ଶିଶୁ ସୁରକ୍ଷା କର୍ତୃପକ୍ଷ ପରବର୍ତି ନିଷ୍ପତ୍ତି ନେବେ । ତେବେ ତାଙ୍କୁ କୌଣସି ଅନାଥାଶ୍ରମରେ କିମ୍ବା ଚାଇଲ୍ଡ କେୟାରରେ ରଖାଯାଇପାରେ ବୋଲି କୁହାଯାଉଛି । କୋରାପୁଟ ଜିଲ୍ଲା କୁନ୍ଦୁଲି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯିବା ପରି ସମ୍ବେଦନଶୀଳ ଘଟଣା ନେଇ ସେତେବଳେ ସ୍ଥାନୀୟବାସିନ୍ଦା ମାନେ ଆନ୍ଦୋଳନକୁ ଓହ୍ଳାଇଥିଲେ । ଏହାକୁ ନେଇ ରାଜନୀତି ବି ସରଗରମ ହୋଇଥିଲା । କଂଗ୍ରେସ ଏହାକୁୁ ନେଇ ପଦଯାତ୍ରା କରିଥିଲା ।