କନକ ବ୍ୟୁରୋ : ରିପବ୍ଲିକ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁପ୍ରିମକୋର୍ଟ ଜାମିନ ଦେବା ନେଇ ପ୍ରଶ୍ନ ଉଠାଇଥିଲେ ହାସ୍ୟାଭିନେତା କୁନାଲ କାମରା । ସିରିଜ୍ ଟ୍ୱିଟ କରି ପ୍ରଶ୍ନ ଉଠାଇଥିଲେ । ଏହାକୁ ବିରୋଧ କରି କୁନାଲଙ୍କ ବିରୋଧରେ କୋର୍ଟ ଅବମାନନା ମାମଲା ରୁଜୁ କରିବାକୁ ଆଟର୍ଣ୍ଣି ଜେନେରାଲ ଅନୁମତି ଦେଇଥିଲେ । ଏହା ପରେ ସୁପ୍ରିମକୋର୍ଟ ଜଜ ଓ କେନ୍ଦ୍ର ସରକାରଙ୍କୁ ଖୋଲା ଚିଠି ଲେଖିଛନ୍ତି କାମରା । ଏବଂ କ୍ଷମା ମାଗିବାକୁ ସିଧାସିଧା ମନା କରିଦେଇଛନ୍ତି ।

Advertisment

ରିପବ୍ଲିକ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ ସିରିଜ୍ ଟ୍ୱିଟ କରି ଟାର୍ଗେଟ କରିଥିଲେ ହାସ୍ୟାଭିନେତା କୁନାଲ କାମ୍ରା । ଏହାକୁ କୋର୍ଟଙ୍କ ଅବମାନନା ଦର୍ଶାଇ ତାଙ୍କ ବିରୋଧରେ କୋର୍ଟ ଅବମାନନା ମାମଲା ରୁଜୁ କରିବାକୁ ଅନୁମତି ଦେଇଥିଲେ ଆଟର୍ଣ୍ଣି ଜେନେରାଲ । ଏହା ପରେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଓ ଆଟର୍ଣ୍ଣି ଜେନେରାଲଙ୍କୁ ଖୋଲା ଚିଠି ଲେଖିଛନ୍ତି କୁନାଲ । ଏଥିରେ କୁନାଲ ସିଧାସଳଖ ଭାବେ କ୍ଷମା ମାଗିବାକୁ ମନା କରିବା ସହ ଲଢ଼ିବାକୁ ଓକିଲ ମଧ୍ୟ ଦେବେ ନାହିଁ ବୋଲି କହିଛନ୍ତି ।

କୁନାଲ ଚିଠିରେ ଲେଖିଛନ୍ତି, ଶ୍ରୀ କେକେ ବେଣୁଗୋପାଳ ମହୋଦୟ,ମୁଁ ଏଇ ନିକଟରେ ଯେଉଁ ଟୁଇଟ୍ କରିଛି, ତାକୁ ନ୍ୟାୟାଳୟଙ୍କ ଅବମାନନା ବୋଲି କୁହାଯାଉଛି । ମୁଁ ଯାହା ବି ଟୁଇଟ୍ କରିଛି ତାହା ସୁପ୍ରିମକୋର୍ଟଙ୍କ ପ୍ରାଇମ ଟାଇମ ଲାଉଡସ୍ପିକରଙ୍କ ସପକ୍ଷରେ ଦିଆଯାଇଥିବା ଭେଦଭାବପୂର୍ଣ୍ଣ ନିଷ୍ପତିରେ ମୋର ଦୃଷ୍ଟିଭଙ୍ଗୀ ଅଟେ । ମୋତେ ଲାଗୁଛି ମୁଁ ମାନିଯିବାକୁ ପଡିବ ଯେ ମୋତେ ଅଦାଲତରେ ଚକର ଲଗାଇବାରେ ବଡ ମଜା ଆସୁଛି ଓ ବହୁ ଦର୍ଶକ ବି ପସନ୍ଦ କରୁଛନ୍ତି । ସୁପ୍ରିମକୋର୍ଟ ବିଚାରପତି ଓ ଦେଶର ଶୀର୍ଷ କାନୁନ ଅଧିକାରୀ ଯେମିତି ସବୁଠାରୁ ବଡ ଭିଆଇପି । କିନ୍ତୁ ମୋତେ ବୁଝାପଡୁଛି ମୁଁ ଯେଉଁସ୍ଥାନରେ ପରଫର୍ମ କଲେ ମଧ୍ୟ , ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ସମୟ ମିଳିବା ଦୁଲର୍ଭ ହେବ । ତେଣୁ ମୁଁ ମୋ ଟୁଇଟ ଫେରାଇ ନେବି ନାହିଁ ବା କ୍ଷମା ମାଗିବି ନାହିଁ ।

କୁନାଲ ସୁପ୍ରିମକୋର୍ଟଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇ ଟୁଇଟ୍ କରିବା ପରେ ଏହା ସୁପ୍ରିମକୋର୍ଟଙ୍କ ଗାରିମା ନଷ୍ଟ କରୁଥିବା ଦର୍ଶାଇ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଆଟର୍ଣ୍ଣି ଜେନେରାଲଙ୍କୁ ୨ ଜଣ ଆଇନଜୀବୀ ଓ ଜଣେ ଆଇନ ଛାତ୍ର ଅନୁମତି ମାଗିଥିଲେ । ଏହାକୁ ଗ୍ରହଣ କରି ମାମଲା ରୁଜୁ ପାଇଁ ଅନୁମତି ଦେଇଥିଲେ ବେଣୁଗୋପାଳ । ଏବଂ କହିଥିଲେ କୁନାଲଙ୍କ ଟୁଇଟ୍ ବହୁତ ଆପତିଜନକ ।

କୁନାଲ ପ୍ରଥମେ ଟ୍ୱିଟ କରି ଲେଖିଥିଲେ, ଯେଉଁ ଗତିରେ ସୁପ୍ରିମକୋର୍ଟ ରାଷ୍ଟ୍ରିୟ ମହତ୍ୱ ପ୍ରସଙ୍ଗରେ ରାୟ ଦେଉଛନ୍ତି , ଏମିତି କେତେବେଳେ ସମୟ ଆସିବ ଯେତେବେଳେ ମହାତ୍ମାଗାନ୍ଧୀଙ୍କ ଫଟୋ ବଦଳରେ ହରିସ ସାଲଭେଙ୍କ ଫଟୋ ଲାଗିଯିବ’’ ।

ଏହା ପୂର୍ବରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟଙ୍କ ଅବମାନନା କରିଥିବା ଅଭିଯୋଗରେ ତାଙ୍କୁ ଜରିମାନା କରିଥିଲେ କୋର୍ଟ । କିନ୍ତୁ କ୍ଷମା ମାଗି ନଥିଲେ ପ୍ରଶାନ୍ତ ଭୂଷଣ ।