କନକ ବ୍ୟୁରୋ : ଦେଶରେ କରୋନା ଦ୍ବିତୀୟ ଲହର ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି । ପ୍ରତିଦିନ ଦୁଇ ଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କରୋନା ସଂକ୍ରମଣର ବୃଦ୍ଧି ହେତୁ ଦେଶର ଡାକ୍ତରଖାନାଗୁଡ଼ିକର ଅବସ୍ଥା ବିଗିଡି ଯାଇଛି । ଦେଶରେ ଭେଣ୍ଟିଲେଟର, ଏବଂ ଅମ୍ଳଜାନର ଅଭାବ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ କୁମ୍ଭ ମେଳାକୁ ନେଇ ନୀରବତା ଭାଙ୍ଗିଛନ୍ତି ।
ବିଶ୍ୱ ପ୍ରସିଦ୍ଧ କୁମ୍ଭ ମେଳାକୁ ପ୍ରତିକାତ୍ମକ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ । ହରିଦ୍ୱାରରେ ଚାଲିଥିବା କୁମ୍ଭମେଳା ପାଲଟିଛି କରୋନା ସଂକ୍ରମଣର କେନ୍ଦ୍ର । ହଜାର ବଜାର ସାଧୁ, ସନ୍ଥ ଓ ଶ୍ରଦ୍ଧାଳୁ କରୋନା ପଜିଟିଭ ଚିହ୍ନଟ ହେବାପରେ ଜୁନା ଆଖଡା ମୁଖ୍ୟଙ୍କ ସହ ଫୋନରେ କଥା ହେଇଛନ୍ତି ମୋଦି । ଆଚାର୍ଯ୍ୟା ଅଭଦେଶାନନ୍ଦ ଗିରିଙ୍କ ସଗ କଥା ହୋଇ ମୋଦି କହିଛନ୍ତି, ଦୁଇଟି ସାହି ସ୍ନାନ ହୋଇସାରିଛି । ଏବେ କୁମ୍ଭ ମେଳାକୁ କରୋନା ସଂକ୍ରମଣର ବିପଦ ବଢିବାରେ ଲାଗିଛି । ତେଣୁ ଆଗକୁ କୁମ୍ଭ ମେଳାକୁ କେବଳ ପ୍ରତିକାତ୍ମକ ଆକାରରେ ରଖିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫଳରେ କରୋନା ସଂକ୍ରମଣ ବିରୋଧୀ ଲଢେଇକୁ ବଳ ମିଳିବ ବୋଲି କହିଛନ୍ତି ମୋଦି । ଏପିରିକି ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
आचार्य महामंडलेश्वर पूज्य स्वामी अवधेशानंद गिरि जी से आज फोन पर बात की। सभी संतों के स्वास्थ्य का हाल जाना। सभी संतगण प्रशासन को हर प्रकार का सहयोग कर रहे हैं। मैंने इसके लिए संत जगत का आभार व्यक्त किया।
— Narendra Modi (@narendramodi) April 17, 2021
ଏହାର ଜବାବ ରଖିଛନ୍ତି ଜୁନା ଆଖଡା ମୁଖ୍ୟ ସ୍ୱାମୀ ଅଭଦେଶାନନ୍ଦ । ଟ୍ୱିଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସେ ସ୍ୱାଗତ କରିଛନ୍ତି । ଜୀବନ ରକ୍ଷା କରିବା ବିଶେଷ ଗୁରୁତ୍ୱପୂର୍ଣ୍ଣ । ତେଣୁ ସେ କୁମ୍ଭ ମେଳାକୁ ଅଧିକ ସଂଖ୍ୟାରେ ନ ଆସିବାକୁ ଅନୁରୋଧ କରିଛନ୍ତି । କରୋନା ସଂକ୍ରମଣକୁ ଦେଖି ସାହି ସ୍ନାନ ପାଇଁ କେହି ନଆସିବାକୁ ଅନୁରୋଧ କରିବା ସହତ ସମସ୍ତ କରୋନା ନିୟମର ପାଳନ କରିବାକୁ ସେ ଅପିଲ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/17-19.jpg)