ଚଳିତ ବର୍ଷର କୁମ୍ଭମେଳା ୨୦୧୯ ରେ ଆପଣ ବିଭିନ୍ନ ପ୍ରକାରର ଅଜବ ଦ୍ରବ୍ୟ ସଂସ୍ପର୍ଶରେ ଆସିଛନ୍ତି । ଏହି ଅଜବ ଦ୍ରବ୍ୟ ମଧ୍ୟରେ ଟଏଲେଟ୍ କାଫେଟେରିଆ ବି ସାମିଲ ରହିଛି । ଏହି ଟଏଲେଟ୍ କାଫେଟେରିଆ କେବଳ ଏମିତି ହିଁ ପ୍ରସ୍ତୁତ ହୋଇନାହିଁ ଏହା ସମାଜକୁ ଏକ ବଡ ସନ୍ଦେଶ ଦେଉଛି । ଏହି ସନ୍ଦେଶ ପାଇଖାନାର ବ୍ୟବହାର ଏବଂ ଶୌଚ ପରର ସଫେଇ ଉପରେ ଗୁରୁତ୍ୱ ଦେଇଛି ।
କୁମ୍ଭରେ ହିଁ କାହିଁକି ପ୍ରସ୍ତୁତ ହୋଇଛି ଏହି ‘ଟଏଲେଟ୍ କାଫେଟେରିଆ’ ?
ଅଧିକରୁ ଅଧିକ ଲୋକଙ୍କ ପାଖକୁ ଯେଭଳି ଏହି ମେସେଜ୍ ପହଚିଂପାରିବ ତେଣୁ କୁମ୍ଭମେଳାରେ ଏହି କାଫେଟେରିଆକୁ ପ୍ରସ୍ତୁତ କରାଯାଇ ସମସ୍ତଙ୍କୁ ସ୍ୱଚ୍ଛତା ପ୍ରତି ଜାଗୃତ କରାଯାଉଛି । ପ୍ରୟାଗରାଜରେ ଚାଲିଥିବା ୨୦୧୯ କୁମ୍ଭମେଳାରେ ଅନେକ ସଂଖ୍ୟାରେ ଲୋକ ପହଚୁଂଛନ୍ତି । ଲୋକଙ୍କ ଧ୍ୟାନ ଆକର୍ଷିତ କରିବା ପାଇଁ ଏହା କୁମ୍ଭରେ ପ୍ରସ୍ତୁତ କରାଯାଇଛି । ୧୫ ଜାନୁଆରୀରୁ ଆରମ୍ଭ ହୋଇଥିବା କୁମ୍ଭମେଳା ୪ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ଚାଲିବ । ଯେଉଁଥିରେ ୮ ଟି ରାଜକୀୟ ସ୍ନାନ (ସାହି ସ୍ନାନ)ଆୟୋଜିତ ହେବ । ପ୍ରଥମ ଏବଂ ଦ୍ୱିତୀୟ ସାହି ସ୍ନାନ ହୋଇଯାଇଥିବା ବେଳେ ଏବେ ଅନ୍ୟ ସ୍ନାନକୁ ଅପେକ୍ଷା ରହିଲା ।
Follow Us
/kanak/media/post_attachments/wp-content/uploads/2019/01/kumbh_2019_1547823930-300x169.jpg)
/kanak/media/post_attachments/wp-content/uploads/2019/01/DxJ1NduUYAAPs4s-300x150.jpg)