କୁମ୍ଭମେଳାର କଥାକୁହା ଫଟୋ ! ସାମୂହିକ ସ୍ନାନରୁ ଆରମ୍ଭ କରି ସଙ୍ଗମ ପଠାର ଦୃଶ୍ୟ ବୟାନ କରୁଛି କୁମ୍ଭମେଳା ସୌନ୍ଦର୍ଯ୍ୟର ଚିତ୍ର ।

297

ମକର ସଂକ୍ରାନ୍ତିର ରାଜକୀୟ ସ୍ନାନ (ସାହିସ୍ନାନ) ପରେ ପ୍ରୟାଗରାଜରେ କୁମ୍ଭମେଳା ୨୦୧୯ର ଆରମ୍ଭ ହୋଇସାରିଛି । ବର୍ତ୍ତମାନ ପରବର୍ତ୍ତି ସାହିସ୍ନାନ ପୌଷ ପୂର୍ଣ୍ଣିମା ଦିନ ହେବ ଯେଉଁଠାରେ ପୁଣିଥରେ କୋଟି କୋଟି ଲୋକ ମିଶି ସାହିସ୍ନାନର ମଜା ନେବେ । କୁମ୍ଭରେ ନାଗା ସାଧୂ ,ସନ୍ନ୍ୟାସୀନୀଙ୍କ ଦୃଶ୍ୟ ସବୁଠାରୁ ରୋମାଞ୍ଚକର । ତେବେ ଆସନ୍ତୁ ଆଜି କୁମ୍ଭମେଳାର ଏଭଳି କିଛି ଫଟୋ ଦେଖିବା ଯାହା ଫଟୋରେ ଫଟୋରେ ମଧ୍ୟ ବହୁତ କିଛି କଥା କୁହେ ।

୧ . କୁମ୍ଭମେଳାରେ ଲୋକଙ୍କୁ ଆକର୍ଷିତ କରୁଥିବା ବାନର ରୁପ ଧାରଣ କରିଥିବା ଜଣେ ସନ୍ନ୍ୟାସୀ ।

୨ . ପ୍ରଭାତରୁ ଗଙ୍ଗା ମା’ଙ୍କ ଦର୍ଶନ କରି ଜୟ ଗଙ୍ଗାମୟା ଜୟକାର କରୁଥିବା ଜଣେ ସନ୍ନ୍ୟାସୀ ।

୩ . ପ୍ରଭାତ ସୂର୍ଯ୍ୟୋଦୟ ପରେ ସଙ୍ଗମରେ ସ୍ନାନ କରୁଥିବା କିିଛି ସାଧୁ । ଜଟା ମେଲାଇ , ହାତରେ ଖଡଗ ଏବଂ ତ୍ରିଶୂଳ ଧରି ସ୍ନାନର ମଜା ନେଉଥିବା ସାଧୂ ।

୪ . କୁମ୍ଭମେଳା ସଙ୍ଗମରେ ଏକତ୍ର ହୋଇ ସ୍ନାନ କରୁଥିବା ମହିଳା ସନ୍ନ୍ୟାସିନୀଙ୍କ ଫଟୋ ।

୫ . ଧାର୍ମିକ କାଣ୍ଡରେ ଭାଗ ନେଉଥିବା ତଥା ବ୍ରହ୍ମଚର୍ଯ୍ୟ ବ୍ରତ ଗ୍ରହଣ କରୁଥିବା ଶ୍ରଦ୍ଧାଳୁ ।

୬ . ସ୍ନାନ ପରେ ସଙ୍ଗମ ପଠାରେ ଲୁଗା ଶୁଖାଉଥିବା କିଛି ମହିଳାଙ୍କ ଦୃଶ୍ୟ ।

୭ . କୁମ୍ଭମେଳାରେ ସାଧନାରେ ଲୀନ ଥିବା କିଛି ସାଧୁ ସନ୍ନ୍ୟାସୀ ।

୮ . କୁମ୍ଭମେଳାର ଆକର୍ଷଣ ହଜାର ହଜାର ନାଗା ସାଧୂଙ୍କ ବିଶାଳ ସମୂହ ।

୯ . ପ୍ରଥମଥର ପାଇଁ କୁମ୍ଭମେଳାର ଆକର୍ଷଣ ପାଲଟିଥିବା କିନ୍ନର ଆଖଡାରେ ଜଣେ କିନ୍ନରଙ୍କ ଫଟୋ ।

୧୦ . ଭୋଜନ ଗ୍ରହଣ କରୁଥିବା ଜଣେ ନାଗା ସାଧୁ ।