ତ୍ରିବେଣୀ ସଂଗମର ନଗରୀ ପ୍ରୟାଗରାଜ୍ ଏଭଳି ଏକ ଧାର୍ମିକ ଆକର୍ଷଣ ରହିଛି ଯାହା ଲୋକଙ୍କୁ ଏଠାକୁ ଆସିିବାକୁ ବାଧ୍ୟ କରିଥାଏ । ୧୨ ବର୍ଷକୁ ଥରେ ପଡୁଥିବା ଏହି ମହାମେଳାରୁ ପୁନଶ୍ଚ ନିଜ ବାସସ୍ଥାନକୁ ଫେରିବାକୁ ଲୋକମାନେ ଅମଙ୍ଗିଥାନ୍ତି । ତେବେ କେବଳ ଦେଶରୁ ନୁହେଁ ବିଦେଶରୁ ମଧ୍ୟ ବହୁ ଭକ୍ତ ଏହି ମହାମେଳାରେ ସାମିଲ ହୋଇଥାନ୍ତି ଏବଂ ଗେରୁଆ ବସ୍ତ୍ର ପରିଧାନ କରି କୁମ୍ଭମେଳାର ଲାଭ ଉଠାଇଥାନ୍ତି ।
ପ୍ରୟାଗରାଜରେ ଏହି କିଛି ଦିନ ହେବ ଜଣେ ଫ୍ରାନ୍ସ ନାଗରିକ ଚର୍ଚ୍ଚାରେ ରହିଛନ୍ତି । ଉକ୍ତ ନାଗରିକ ଜଣକ ନାଁ ଡାନିଅଲ୍ । ସେ ଦୀକ୍ଷା ନେଇ ଜଣେ ବାବା ମଧ୍ୟ ହୋଇ ସାରିଛନ୍ତି । ପ୍ରୟାଗରାଜରେ ଏହି ବିଦେଶୀ ନାଗରିକ ‘ଡାନିଅଲ୍ ବାବା’ ନାଁରେ ଖୁବ୍ ଚର୍ଚ୍ଚିତ । ତାଙ୍କ ସଂବନ୍ଧ ଆନନ୍ଦ ଆଖଡାରୁ ରହିଅଛି । ଡାନିଅଲ୍ ଭାରତରେ ୩୦ ବର୍ଷରୁ ଅଧିକ ସମୟରୁ ରହିଆସୁଛନ୍ତି ଏବଂ ହିନ୍ଦୀ ମଧ୍ୟ ପ୍ରାଞ୍ଜଳ ଭାବେ କହୁଛନ୍ତି । ତାଙ୍କ ରହଣୀଶୈଳୀ,ଖାଦ୍ୟପେୟ ସାଧୁବାବାଙ୍କ ଭଳି ହିଁ ରହିଛି । ସମସ୍ତଙ୍କ ସହ ଭୁମି ତଳେ ବସି ଭୋଜନ କରିବା ଠାରୁ ଆରମ୍ଭ କରି ଭଜନ,କିର୍ତ୍ତନ,ଧ୍ୟାନ ଏବଂ ଯୋଗ ଭଳି ସମସ୍ତ କାର୍ଯ୍ୟ କରିଥାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/KUMBHA-2.jpg)
/kanak/media/post_attachments/wp-content/uploads/2019/01/Capture-18-300x204.jpg)
/kanak/media/post_attachments/wp-content/uploads/2019/01/saint5-555_123118111938-300x203.jpg)