ଭିନ୍ନ ମଣିଷର ଭିନ୍ନ ଶରୀର…ଚର୍ଚ୍ଚାରେ ଗଂଜାମ କାଦପଡା ଗାଁର ୩୨ ଆଙ୍ଗୁଠି ମହିଳା…ପିଲାଟି ବେଳୁ କୁମାରୀଙ୍କ ଦୁଇ ପାଦରେ ୨୦ ଓ ଦୁଇ ହାତରେ ୧୨ ଆଙ୍ଗୁଠି

591

କନକ ବ୍ୟୁରୋ : ଚର୍ଚ୍ଚାରେ ପୋଲସରା କାଦପଡା ଗାଁର ୩୨ ଆଙ୍ଗୁଠି ମହିଳା କୁମାରୀ ନାୟକ । ବୟସ ପାଖାପଖି ୬୦ ହେବ । ଦୁଇଗୋଡରେ ୨୦ ଓ ଦୁଇ ହାତରେ ୧୨ ଆଙ୍ଗୁଠି । ଜନ୍ମରୁ କଥା କହିପାରନ୍ତି ନାହିଁ । ତିନିମାସ ତଳେ ଏହି ଖବର କନକ ନ୍ୟୁଜରେ ପ୍ରାସରିତ ହେବା ପରେ ଚେତିଛି ପ୍ରଶାସନ । ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁ ଓ ପ୍ରଶାସନ ମିଶି ହଟିକୋଟ ଗାଁରେ ଥଇଥାନ କରିଛନ୍ତି । ବର୍ତମାନ ସେ ଜରାଶ୍ରମରେ ଅଛନ୍ତି । ଅନ୍ତେବାସୀଙ୍କ କହିବାକଥା ହେଲା, ନିଜ କାମକୁ ସେ ନିଜେ କରନ୍ତି । ଅନ୍ୟ ଉପରେ ଭରସା କରନ୍ତି ନାହିଁ । କୁମାରୀ ଜାତୀୟ ଗଣମାଧ୍ୟମରେ ବି ବେଶ ଚର୍ଚ୍ଚାରେ ଅଛନ୍ତି ।

ଭିନ୍ନ ମଣିଷର ଭିନ୍ନ ଶରୀର । ଏଭଳି ମର୍ମସ୍ପର୍ଶୀ ଘଟଣାଟି ହେଉଛି ଗଞ୍ଜାମ ଜିଲ୍ଲା କାଦପଡା ଗାଁର କୁମାରୀ ନାୟକଙ୍କର । ପିଲାଟି ବେଳୁ କୁମାରୀଙ୍କ ଦୁଇ ଗୋଡରେ ୨୦ ଓ ଦୁଇ ହାତରେ ୧୨ ଆଙ୍ଗୁଠି ରହିଛି । ଯେଉଁଥିପାଇଁ କୁମାରୀ ସାହି ପଡୋଶୀଙ୍କଠାରୁ ‘ଡାହାଣୀ’ର ଆଖ୍ୟା ପାଇଛନ୍ତି । କୁମାରୀ ନାୟକଙ୍କ କହିବାନୁସାରେ, ଜନ୍ମରୁ ଅସ୍ୱଭାବିକ ଆଙ୍ଗୁଠି ନେଇ ସେ ଜନ୍ମ । ଏଥିରେ ତାଙ୍କର ଭୁଲ ବା କେଉଁଠି । ଯାହା ତାଙ୍କୁ ପରିଣତ ବୟସରେ ଅତ୍ୟନ୍ତ ବେଦନା ଦେଉଛି । ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ସେ ନିଜର ଚିକିତ୍ସା କରାଇପାରି ନାହାନ୍ତି । ତେବେ କନକ ନ୍ୟୁଜରେ ଖବର ପ୍ରାସରିତ ହେବା ପରେ ସ୍ଥାନୀୟ ବିଧାୟକ ଓ ପ୍ରଶାସନ ମିଶି ହଟିକୋଟ ଗାଁରେ ତାଙ୍କୁ ଥଇଥାନ କରିଛନ୍ତି । ଏବେ ସେ ଜରାଶ୍ରମରେ ବେଶ୍ ଖୁସିରେ ଅଛନ୍ତି ।

ଡାକ୍ତରଙ୍କ କହିବାନୁସାରେ, ଗୋଡରେ ୨୦ଟି ଆଙ୍ଗୁଠି ଓ ହାତରେ ୧୨ଆଙ୍ଗୁଠି ଥିବା କୁମାରୀଙ୍କ ଏହା ଏକ ରୋଗ ଯାହା ମାର ଗର୍ଭରେ ୭ରୁ୮ ମାସର ସନ୍ତାନର ଶରୀରରେ ଦେଖାଯାଏ । ଏହାକୁ ପଲ୍ଲିଡାକ୍ଟିଲ ରୋଗ କୁହାଯାଏ । ଏହି ରୋଗରେ ଅବଶ୍ୟ ଶିଶୁ ଶିକାର ହୁଅନ୍ତି ନାହିଁ । ପରିସଂଖ୍ୟାନ ଅନୁସାରେ, ବିଶ୍ୱରେ ୭୦୦ରୁ ୧୦୦୦ଜଣ ଶିଶୁଙ୍କ ମଧ୍ୟରେ ଦେଖାଯାଇଥାଏ ଏହି ରୋଗ । ଯାହା ଅସଟ୍ରା ସାଉଣ୍ଡ ମାଧ୍ୟମରେ ଜଣାପଡିଥାଏ । ପରେ ଶିଶୁ ଜନ୍ମ ନେବାର ୨ବର୍ଷ ପରେ ଅପରେସନ ମାଧ୍ୟମରେ ଗୋଡର ଆଙ୍ଗୁଠି କଟା ଯାଇଥାଏ । ତେବେ କୁମାରୀଙ୍କ ସମୟରେ ଚିକିତ୍ସା ବିଜ୍ଞାନ ଏତେ ଉନ୍ନତି କରିନଥିଲା । ତେଣୁ ଏମିତି ଅସ୍ୱଭାବିକ ଆଙ୍ଗୁଠି ନେଇ ଜନ୍ମ ନେଲେ କୁମାରୀ । ଯାହା ଏବେ ତାଙ୍କ ପାଇଁ ଅଭିଶାପ ପାଲଟିଛି । ପରିଣତ ବୟସରେ ବେଦନାର କାରଣ ହୋଇଛି ଏହିି ରୋଗ । ଘରୁ ପର କରିଦେବା ପରେ ସେ ଏବେ ଜରାନିବାସରେ ନିଜ ପରିଣତ ବୟସ ଅତିବାହିତ କରୁଛନ୍ତି ।

Comments are closed.