ଆଜି କୁମାରସ୍ୱାମୀଙ୍କ ଶକ୍ତି ପରୀକ୍ଷା । କର୍ଣ୍ଣାଟକ ବିଧାନସଭାରେ ଆଜି ବହୁମତର ପରୀକ୍ଷା ଦେବେ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ

31

କନକ ବ୍ୟୁରୋ: ଆଜି କୁମାରସ୍ୱାମୀଙ୍କ ଶକ୍ତି ପରୀକ୍ଷା । କର୍ଣ୍ଣାଟକ ବିଧାନସଭାରେ ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ୱାମୀ । କଂଗ୍ରେସ-ଜେଡିୟୁ ମେଂଟର ନେତା କୁମାରସ୍ୱାମୀ ବୁଧବାର କର୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଆଜି ତାଙ୍କୁ ବିଧାନସଭାରେ ବହୁମତ ପ୍ରମାଣ କରିବାକୁ ପଡିବ । କର୍ଣ୍ଣାଟକ ରାଜନୀତିକୁ ନେଇ ସାରା ଦେଶ ଉଠିବା ପଡିବା ପରେ, ଶେଷରେ ୟେଦ୍ୟୁରପ୍ପା ବିଧାନସଭାରେ ଫ୍ଲୋର ଟେଷ୍ଟ ପୂବରୁ ସଂଖ୍ୟାଗରିଷ୍ଠତା ଅଭାବରୁ ଇସ୍ତଫା ଦେଇଥିଲେ । ଆଉ ଗତ ବୁଧବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ କୁମାରସ୍ୱାମୀ ।

ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ଜେଡିଏସ ଓ କୁମାରସ୍ୱାମୀ କିଙ୍ଗମେକରରୁ କିଙ୍ଗ ପାଲଟିଥିଲେ । ଆଉ କଂଗ୍ରେସର ଜି. ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ପରେ ୨୫ ତାରିଖ ଅର୍ଥାତ୍ ଶୁକ୍ରବାର କ୍ୟାବିନେଟ୍ ଗଠନ ହେବ । ବାଚସ୍ପତି ହେବେ କଂଗ୍ରେସ ବିଧାୟକ କେ.ଆର. ରମେଶ । ଗତକାଲି ସେ ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ସହ ଆସି କଂଗ୍ରେସ ବିଧାୟକ ରମେଶ କୁମାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।