କନକ ବ୍ୟୁରୋ: ବସରେ ଗାଁ ଗାଁ ବୁଲିରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ । ତା ସହ ସ୍କୁଲପିଲାଙ୍କ ସହ ରାତ୍ରିଭୋଜନ କରିବା ସହ ଚଟାଣରେ ରାତ୍ରି ଯାପନ କଲେ । ଗାଁ ପ୍ରବାସ କାର୍ଯ୍ୟକ୍ରମ ପାଇଁ ଗାଁ ଗାଁ ଗୁଲି ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ । ଏହି କ୍ରମେ ଗତକାଲି ଅର୍ଥାତ ଶୁକ୍ରବାର ୟାଦଗୀର ଜିଲ୍ଲାର ଚନ୍ଦ୍ରକୀ ଓ କୁଲବର୍ଗୀ ଜିଲ୍ଲାର ହେରୁୁର-ବି ଗାଁରେ ପହଁଚିଥିଲେ ।

Advertisment

publive-image

କିନ୍ତୁୂ ସେହି ସମୟରେ ହଠାତ ପ୍ରବଳ ବର୍ଷା ହୋଇଥିଲା । ଯେଉଁକାରଣରୁ ତାଙ୍କୁ କାର୍ଯ୍ୟକ୍ରମ ସ୍ଥଗିତ କରିବାକୁ ପଡିଲା । ଯୋଜନା ମୁତାବକ ହେଲେ ମୁଖ୍ୟମନ୍ତ୍ରୀ ଆଉ ନିଜ ବାସଭବନକୁ ନଫେରି ୟାଦଗୀର ଗାଁ ସ୍କୁଲରେ ରାତି କଟାଇଥିଲେ । ସବୁଠୁ ବଡ କଥା ହେଉଛି ସେଠାରେ ବେଡ ନଥିବାରୁ ଚଟାଣରେ ଶୋଇଥିଲେ କୁମାରସ୍ୱାମୀ । ସେଠାରେ ପହଁଚିବା ପରେ ତାଙ୍କୁ ବିପୁଳ ମାତ୍ରାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।