କନକ ବ୍ୟୁରୋ : ଆସନ୍ତା ୨୦ ତାରିଖରେ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଭୋଟ ପଡିବ । ତେବେ ଏହାପୂର୍ବରୁ ପଞ୍ଜାବ ରାଜନୀତିକୁ ଏବେ ଚର୍ଚ୍ଚା ଜୋର ଧରିଛି । ଖାସକରି ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଛି ବୟାନବାଜି ଯୁଦ୍ଧ । ଆଉ ଏସବୁ ଭିତରେ ଆମ ଆଦମୀ ପାର୍ଟି ବା ଆପର ପୂର୍ବତନ ନେତା କୁମାର ବିଶ୍ୱାସ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ଯାହା ଏବେ ପଞ୍ଚାବ ରାଜନୀତିକୁ ଚଳଚଞ୍ଚଳ କରି ଦେଇଛି ।
କୁମାର ବିଶ୍ୱାସ କହିଛନ୍ତି, କେଜ୍ରିୱାଲ ପଞ୍ଜାବରେ ବିଚ୍ଛିନ୍ନତାବାଦୀଙ୍କ ସମର୍ଥକ ରହିଥିଲେ । ଏପରିକି ଦିନେ ସେ ମୋତେ କହିଥିଲେ, ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବି ନଚେତ କୌଣସି ସ୍ୱତନ୍ତ୍ର ରାଷ୍ଟ୍ରର ପ୍ରଥମ ପ୍ରଧାନମନ୍ତ୍ରୀ । ମୁଁ ପୂର୍ବରୁ ତାଙ୍କୁ ବିଚ୍ଛିନ୍ନତାବାଦୀ ଓ ଖଲିସ୍ଥାନ ସଙ୍ଗଠନ ସହ ଜଡିତ ଲୋକଙ୍କ ସାଥୀରେ ନ ନେବାକୁ କହିଥିଲି । କିନ୍ତୁ କେଜ୍ରିୱାଲ ମୋ କଥା ଶୁଣିନଥିଲେ । କେଜ୍ରିୱାଲଙ୍କ ଭାବନାରେ ବିଚ୍ଛିନ୍ନତାବାଦୀ ରହିଛି । କେମିତି କ୍ଷମତା ମିଳିବ ସେଥିପାଇଁ ସେ ଅହରହ ଚେଷ୍ଟିତ ।
#WATCH | Poet & former AAP leader Kumar Vishwas alleges AAP chief Arvind Kejriwal was supportive of separatists in Punjab
"One day, he told me he would either become CM (of Punjab) or first PM of an independent nation (Khalistan)," Vishwas says. pic.twitter.com/5ccGs9jNn3
— ANI (@ANI) February 16, 2022
ଏହାପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ କେଜ୍ରିୱାଲଙ୍କୁ ନେଇ କିଛି ଏଭଳି ଅଭିଯୋଗ ଆଣିଥିଲେ । ଏକ ଜନସଭାକୁ ସମ୍ବୋଧିତ କରି ରାହୁଲ କହିଥିଲେ ଯେ, ଯାହା ବି ହୋଇଯାଉ କୌଣସି କଂଗ୍ରେସ ନେତାଙ୍କୁ ଆପଣ ଆତଙ୍କବାଦୀଙ୍କ ଘରେ ଦେଖିବାକୁ ପାଇବେନି । କିନ୍ତୁ ଝାଡୁର ବଡ ନେତାଙ୍କୁ ଆତଙ୍କବାଦୀଙ୍କ ଘରେ ଦେଖିବାକୁ ମିଳିବ । ଏହାପୂର୍ବରୁ ୨୦୧୭ରେ ପଞ୍ଜାବର ମୋଗାରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଘରେ ରାତି କଟାଇଥିଲେ କ୍ରେଜିୱାଲ । ଆଉ ଏହାକୁ ନେଇ କେଜ୍ରିୱାଲଙ୍କୁ ଟାର୍ଗେଟ କରିଥିଲେ ରାହୁଲ ।
କେବଳ ଏତିକି ନୁହେଁ କଂଗ୍ରେସ ନେତା କହିଛନ୍ତି, ଯେଉଁମାନେ ସରକାରକୁ ଆସିବାକୁ ଥରୁଟିଏ ସୁଯୋଗ ଖୋଜୁଛନ୍ତି, ସେମାନେ ପଞ୍ଜାବକୁ ବରବାଦ କରିଦେବେ । ପଞ୍ଜାବ ସୀମାବର୍ତ୍ତୀ ଓ ସମ୍ବେଦନଶୀଳ ରାଜ୍ୟ । କେବଳ କଂଗ୍ରେସ ହିଁ ପଞ୍ଜାବକୁ ସଠିକ୍ ଭାବେ ବୁଝିପାରିଛି ଓ ଶାନ୍ତିରେ ରଖିଛି । କିନ୍ତୁ ଆମେ ଜାଣିଛୁ ଯଦି ଶାନ୍ତି ଚାଲିଯିବ ତେବେ ପଞ୍ଜାବରେ ଆଉ କିଛି ବଞ୍ଚିବନି ।