କନକ ବ୍ୟୁରୋ: ଆଜି କୁମାର ପୂର୍ଣ୍ଣିମା । କୁଆଁରୀ ଝିଅମାନେ ପାଳନ କରିବେ କୁମାର ପୂର୍ଣ୍ଣମୀ । କୁମାରୀମାନଙ୍କ ପାଇଁ ଏହା ଏକ ବଡ ପର୍ବ । ଏହି ଦିନ କୁମାରୀମାନେ ସକାଳୁ ଗାଧୋଇ ନୂଆ ଲୁଗା ପିନ୍ଧନ୍ତି । ଗୁଆ, ଖଇ, ଫଳ ଓ ଫୁଲ ଆଦିରେ ଆଞ୍ଜୁଳି ଟେକି ସୂର୍ଯ୍ୟଙ୍କୁ ପୂଜା କରନ୍ତି । ସଞ୍ଜ ହେଲେ ତୁଳସୀ ଚଉରା ମୁଳରେ ଜହ୍ନି ଫୁଲରେ କୋଠି ଚାଉଳ ପିଠଉରେ ଜହ୍ନ ତିଆରି କରନ୍ତି ଏବଂ କଳସ ସ୍ଥାପନ କରି ପୂଜା କରନ୍ତି ।
ଜହ୍ନ ଉଇଁଲେ ଜହ୍ନି ଫୁଲ, ଫଳ ଓ ଖଇ ଆଦି ଆଞ୍ଜୁଳି ଟେକନ୍ତି । ଏହାପରେ କୁମାର ପୁର୍ଣ୍ଣିମା ଗୀତ ଗାଇ ପୂଜାର୍ଚ୍ଚନା କରିଥାନ୍ତି । ଶେଷରେ ଗୁରୁଜନମାନଙ୍କ ଆଶିର୍ବାଦ ନେଇ ଚାନ୍ଦ ଭୋଗ ଖାଆନ୍ତି । ଏହି ପର୍ବଟି ହେଉଛି କୁମାର-କୁମାରୀମାନଙ୍କ ପାଇଁ ନାଚଗୀତର ପର୍ବ । କୁମାରମାନେ କବାଡି, ପଶାଖେଳ, ତାସଖେଳରେ ମଜି ରୁହନ୍ତି । କୁମାରୀମାନେ ଲୁଚକାଳି, ପୁଚି ଆଦି ଖେଳ ଖେଳିଥାନ୍ତି । କୁମାରୀମାନଙ୍କ କୁଆଁର ପୁହ୍ନେଇ ଜହ୍ନ ଲୋ ଗୀତରେ ପୁରପଲ୍ଲୀ ଝୁମି ଉଠେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/8-22.jpg)