କୁଲ୍ଲୁରେ ଗଣତନ୍ତ୍ରର ମହାପର୍ବକୁ ନେଇ ଆୟୋଜନ ହେଲା ମେଗା ମାନବ ଶୃଙ୍ଖଳା ! ଲିମକା ବୁକ୍ ଅଫ୍ ରେକର୍ଡ ସ୍ଥାନ ପାଇବା ନେଇ ପ୍ରସ୍ତୁତି ।

65

ହିମାଚଳପ୍ରଦେଶ କୁଲ୍ଲୁ ଜିଲ୍ଲା ନିର୍ବାଚନ ଆୟୋଗ ମତଦାତା ଶିକ୍ଷା ଏବଂ ମତଦାତାଙ୍କୁ ଭୋଟ୍ ଦେବା ପାଇଁ ଐତିହାସିକ ଢାଲପୁର ମଇଦାନରେ ମାନବ ଶୃଙ୍ଖଳାର ଆୟୋଜନ କରିଥିଲେ । ଏଥିରେ କୁଲ୍ଲୁ ଜିଲ୍ଲା ମୁଖ୍ୟାଳୟର ଦୁଇ ଡଜନ୍ ରୁ ଅଧିକ ସ୍କୁଲ ଏବଂ ଶିକ୍ଷଣ ସଂସ୍ଥାର ୩୦୦୦ ଛାତ୍ରଛାତ୍ରୀ ମିଶି ମାନବ ଶୃଙ୍ଖଳା ପ୍ରସ୍ତୁତ କରିଥିଲେ । ‘ଆସରା ଭୋଟ୍ ଆସରା ଅଧିକାର’ (ଆମ ଭୋଟ୍ ଆମ ଅଧିକାର)ଥିମରେ ଜନତାଙ୍କୁ ଛାତ୍ରମାନେ ମତଦାନ କରିବା ପାଇଁ ଜାଗରୁକ କରିଛନ୍ତି । ଢାଲପୁର ମତଦାନରେ ଢାଲପୁର ଚୌକ,ଟେକ୍ସି ୟୁନିୟନ୍ ର ଲାଲଚନ୍ଦ ପ୍ରାର୍ଥୀ କଲାକେନ୍ଦ୍ରାରେ ସାଂସ୍କୃ୍ତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ସମୟରେ ଯୁବ ଭୋଟର୍ ଏବଂ ନିର୍ବାଚନ ଆୟୋଗ ସେଲ୍ଫି ପ୍ରତିଯୋଗୀତା ବିଜେତାଙ୍କୁ ସମ୍ମାନିତ କରିଥିଲେ । ଏବେ ଏହାକୁ ଲିମକା ବୁକ୍ ଅଫ୍ ରେକର୍ଡରେ ସାମିଲ କରିବାକୁ ବ୍ୟବସ୍ଥା କରାଯାଉଛି ।

କୁଲ୍ଲୁ ଜିଲ୍ଲାରେ ୧୦ ହଜାରରୁ ଅଧିକ ଯୁବକ ରହିଛନ୍ତି ଏବଂ ୧୫୦୦ ରୁ ଅଧିକ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ଯାହାଙ୍କ ମତଦାନ ମଧ୍ୟ ସୁନିଶ୍ଚିତ କରାଯାଇଛି । ୧୯ ମେ’କୁ ସବୁ ଭୋଟର୍ ମତଦାନ ଦେଇ ଲୋକତନ୍ତ୍ରର ମହାପର୍ବରେ ଭାଗୀଦାରୀ ସୁନିଶ୍ଚିତ କରିବା ପାଇଁ ଏହା ଆୟୋଜନ କରାଯାଇଥିଲା ।