Harmukh News
କୁଲଗ୍ରାମରେ ଏନକାଉଣ୍ଟରରେ ସହିଦ ହୋଇଥିବା ଜମ୍ମୁ-କାଶ୍ମୀର ପୁଲିସର ଡିଏସପି ଅମନ୍ ଠାକୁରଙ୍କ ଆଜି ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଜାମ୍ମୁରେ ଅମନଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଭିଡ ଦେଖିବାକୁ ମିଳିଥିଲା । ଏଥିରେ ଜାମ୍ମୁ-କାଶ୍ମୀର ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଓ ରାଜ୍ୟର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଶେର-ଏ-କାଶ୍ମୀର ବୀରତା ପଦକରେ ସମ୍ମାନିତ ଅମନ ଠାକୁରଙ୍କ ଶେଷକୃତ୍ୟ ଆଜି ସନ୍ଧ୍ୟାରେ ହେବ ।
୨୦୧୧ ମସିହାରେ ଅମନ ଅଧ୍ୟାପକ ପଦବୀ ଛାଡି କାଶ୍ମୀର ପୋଲିସରେ ସାମିଲ ହୋଇଥିଲେ । ୨୦୧୩ ରେ ଅମନଙ୍କ ବିବାହ ହୋଇଥିଲା । ସହିଦ ହେବା ପରେ ଅମନଙ୍କ ବାପା ମା, ପତ୍ନୀ ଓ ୬ ବର୍ଷର ପୁଅ ଅଛନ୍ତି । ଗତକାଲି ଆତଙ୍କୀଙ୍କ ଗୁଳିରେ ଦେଶ ପାଇଁ ସହିଦ ହୋଇଥିଲେ ଅମନ ଠାକୁର ।
Follow Us
/kanak/media/post_attachments/wp-content/uploads/2019/02/1551035253-JK_encounter_PTI-300x225.jpg)