କନକ ବ୍ୟୁରୋ : ବାଗେଶ୍ୱର ବାବାଙ୍କ ଶରଣରେ ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର । ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜରେ ସ୍ଥାନ ପାଇଥିବା ଭାରତୀୟ କ୍ରିକେଟର କୁଳଦୀପ ଯାଦବଙ୍କୁ ବାଗେଶ୍ୱର ଧାମରେ ଦେଖିବାକୁ ମିଳିଛି । ୱେଷ୍ଟଇଣ୍ଡିଜ ଗସ୍ତ କରିବା ପୂର୍ବରୁ ବାଗେଶ୍ୱର ଧାମରେ ପହଞ୍ଚି ବାବାଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି କୁଳଦୀପ । ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

Advertisment

ଭାଇରାଲ ଫଟୋରେ କୁଳଦୀପ ଯାଦବଙ୍କୁ ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଆସନ ତଳେ ବସିଥିବାର ଦେଖିବାକୁ ମିଳିଛି । ହାତଯୋଡି ବସିଥିବା କୁଳଦୀପ ବେଶ ଖୁସି ଥିବାର ଦେଖାଯାଉଛି । ଏହାପୂର୍ବରୁ କୁଳଦୀପ ଅନେକ ମଠ ଓ ମନ୍ଦିର ଯାଇଥିବାର ଦେଖିବାକୁ ମିଳେ । କିଛି ଦିନ ପୂର୍ବେ ବୃନ୍ଦାବନ ଯାଇଥିଲେ କୁଳଦୀପ । ଭଗବାନଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ରଖୁଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରୁ କୁଳଦୀପ ଜଣେ । କୁଳଦୀପ ଚଳିତ ଆଇପିଏଲରେ ଦମଦାର ପ୍ରଦର୍ଶନ ସହ ପୁଣିଥରେ ଟିମ୍ ଇଣ୍ଡିଆକୁ କମବ୍ୟାକ୍ କରିଛନ୍ତି । ଏବେସୁଦ୍ଧା କୁଳଦୀପ ଭାରତ ପାଇଁ ୮ଟି ଟେଷ୍ଟ ଓ ୮୧ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ସେହିଭଳି ଭାରତ ପାଇଁ ୨୮ଟି ଟି-୨୦ ମ୍ୟାଚ୍ ଖେଳିବାର ଅନୁଭବ କୁଳଦୀପଙ୍କ ନିକଟରେ ରହିଛି ।