ଆଜି ବାରବାଟୀ ମୁକାବିଲା । ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ ପାଇଁ ପଡିଆକୁ ଓହ୍ଲାଇବେ ଭାରତ ଓ ୱେଷ୍ଟଇଣ୍ଡିଜ । ଆଜିର ମ୍ୟାଚ ଜିଣି ଶୃଙ୍ଖଳା ହାତେଇବାକୁ ଉଭୟ ଦଳ ପ୍ରୟାସ କରିବେ । ବାରବାଟୀ ଦିନିକିଆରେ ଟିମ ଇଣ୍ଡିଆର ଚାଇନାମ୍ୟାନ ବୋଲର କୁଲଦୀପ ଯାଦବ ଖାସ ରେକର୍ଡ କରିପାରନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଗୋଟିଏ ୱିକେଟ ହାସଲ କଲେ କୁଲଦୀପ ଏକଦିବସୀୟ କ୍ରିକେଟରେ ଶହେ ୱିକେଟ ପୂରଣ କରିବେ ।
ଆଉ ଆଜି କୁଲଦୀପ ୱିକେଟ ପାଇଲେ ଦିନିକିଆରେ ଦ୍ରୁତତମ ଶହେ ୱିକେଟ ଦଖଲକାରୀ ଭାରତୀୟ ଭାବେ ମହମ୍ମଦ ସାମିଙ୍କ ରେକର୍ଡ କାଟିପାରିବେ । ଏବେ ମହମ୍ମଦ ଶାମୀ ୫୮ ଦିନିକିଆ ଖେଳି ଦ୍ରୁତତମ ଶହେ ୱିକେଟ ହାସଲ କରି ପ୍ରଥମ ସ୍ଥାନରେ ରହିଛନ୍ତି । ସେହିପରି ବର୍ତମାନ କୁଲଦୀପ ୫୪ଟି ଦିନିକିଆ ଖେଳି ୯୯ଟି ୱିକେଟ ପାଇ ଶତକ ଅପେକ୍ଷାରେ ରହିଛନ୍ତି । ଭାଇଜାଗ ଦିନିକିଆରେ କୁଲଦୀପ ହ୍ୟାଟ୍ରିକ ସଫଳତା ଅର୍ଜନ କରିଥିଲେ । ଦିନିକିଆ ମ୍ୟାଚରେ ଦୁଇଥର ହ୍ୟାଟ୍ରିକ ହାସଲ କରିଥିବା ପ୍ରଥମ ଖେଳାଳି ହେଉଛନ୍ତି କୁଲଦୀପ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/cricket-ind-nzl_ebff8f26-c75d-11e7-a621-6b23f0f703d9.jpg)
/kanak/media/post_attachments/wp-content/uploads/2019/12/kuldeep-Yadav-300x180.jpg)