କନକ ବ୍ୟୁରୋ: ଭାରତର କୁଳଭୂଷଣ ବିଜୟ । କୁଳଭୂଷଣ ଯାଦବଙ୍କୁ ଫାଶୀ ଦେଇପାରିବନି ପାକିସ୍ତାନ । କୁଳଭୂଷଣଙ୍କ ଫାଶୀ ଉପରେ ରୋକ୍ ଲଗାଇଲେ ନେଦରଲାଣ୍ଡର ଦି ହେଗ ଠାରେ ଥିବା ଆନ୍ତର୍ଜାତୀୟ କୋର୍ଟ । ଏନେଇ ଆସିଜେ କହିଛନ୍ତି କି, ପାକିସ୍ତାନ ଭିଏନା ଚୁକ୍ତିକୁ ସଠିକ୍ ଭାବେ ପାଳନ କରିନି । ତେଣୁ ଭାରତକୁ ଆଇନଗତ ଲଢ଼େଇ ଲଢିବାକୁ ଅନୁମତି ଦେଲେ ଆସିଜେ ।
/kanak/media/post_attachments/wp-content/uploads/2019/07/KUL-2.jpg) ୧୬ ବିଚାରପତିଙ୍କ ମଧ୍ୟରୁ ୧୫ ଜଣ ଭାରତ ସପକ୍ଷରେ ଥିଲେ । ଜଣେ ବିଚାରପତି ପାକିସ୍ତାନ ସପକ୍ଷରେ ଥିଲେ । ଏବେ କୁଳଭୂଷଣ ଯାଦବଙ୍କୁ ଆଇନଗତ ସହାୟତା ମିଳିପାରିବ । ପାକିସ୍ତାନକୁ ଫାଶୀ ରାୟର ପୁନର୍ବିଚାର କରିବାକୁ କହିଲେ ଅନ୍ତର୍ଜାତୀୟ ଅଦାଲତ । ତେବେ ୨୦୧୬ ମାର୍ଚ୍ଚ ୩ରେ ତାଙ୍କୁ ଗିରଫ କରିଥିଲା ପାକିସ୍ତାନ । ଗୁଇନ୍ଦାଗିରି ଅଭିଯୋଗ କରି ଫାଶୀ ଦେବାକୁ ଅଡ଼ି ବସିଥିଲା ପାକିସ୍ତାନ । ତେବେ ପୂର୍ବରୁ ଅନ୍ତର୍ଜାତୀୟ ଅଦାଲତର ୧୧ ଜଣିଆ ଖଣ୍ଡପୀଠ ସର୍ବସମ୍ମତି କ୍ରମେ କୁଳଭୂଷଣଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଥିଲେ ।
୧୬ ବିଚାରପତିଙ୍କ ମଧ୍ୟରୁ ୧୫ ଜଣ ଭାରତ ସପକ୍ଷରେ ଥିଲେ । ଜଣେ ବିଚାରପତି ପାକିସ୍ତାନ ସପକ୍ଷରେ ଥିଲେ । ଏବେ କୁଳଭୂଷଣ ଯାଦବଙ୍କୁ ଆଇନଗତ ସହାୟତା ମିଳିପାରିବ । ପାକିସ୍ତାନକୁ ଫାଶୀ ରାୟର ପୁନର୍ବିଚାର କରିବାକୁ କହିଲେ ଅନ୍ତର୍ଜାତୀୟ ଅଦାଲତ । ତେବେ ୨୦୧୬ ମାର୍ଚ୍ଚ ୩ରେ ତାଙ୍କୁ ଗିରଫ କରିଥିଲା ପାକିସ୍ତାନ । ଗୁଇନ୍ଦାଗିରି ଅଭିଯୋଗ କରି ଫାଶୀ ଦେବାକୁ ଅଡ଼ି ବସିଥିଲା ପାକିସ୍ତାନ । ତେବେ ପୂର୍ବରୁ ଅନ୍ତର୍ଜାତୀୟ ଅଦାଲତର ୧୧ ଜଣିଆ ଖଣ୍ଡପୀଠ ସର୍ବସମ୍ମତି କ୍ରମେ କୁଳଭୂଷଣଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଥିଲେ ।
/kanak/media/post_attachments/wp-content/uploads/2019/02/763704-icj-kulbhushan-750x430.jpg) ଅନ୍ୟପଟେ ଭାରତୀୟ ନାଗରିକ କୁଳଭୂଷଣଙ୍କ ମାମଲାରେ ଶୁଣାଣି ପୂର୍ବରୁ ଭାରତର ବିଭନ୍ନ ସ୍ଥାନରେ ତାଙ୍କ ପାଇଁ ପୂଜାର୍ଚ୍ଚନା କରାଯାଉଥିଲା । ତେବେ ନେଦରଲାଣ୍ଡର ଦି ହେଗ୍ ଆନ୍ତର୍ଜାତୀୟ ନ୍ୟାୟାଳୟ ଫାଶୀ ଉପରେ ରୋକ୍ ଲଗାଇବା ପରେ ଏବେ ପରିବାର ବର୍ଗଙ୍କ ସହ ଭାରତରେ ଖୁସିର ଲହରୀ ଖେଳିଯାଇଛି ।
ଅନ୍ୟପଟେ ଭାରତୀୟ ନାଗରିକ କୁଳଭୂଷଣଙ୍କ ମାମଲାରେ ଶୁଣାଣି ପୂର୍ବରୁ ଭାରତର ବିଭନ୍ନ ସ୍ଥାନରେ ତାଙ୍କ ପାଇଁ ପୂଜାର୍ଚ୍ଚନା କରାଯାଉଥିଲା । ତେବେ ନେଦରଲାଣ୍ଡର ଦି ହେଗ୍ ଆନ୍ତର୍ଜାତୀୟ ନ୍ୟାୟାଳୟ ଫାଶୀ ଉପରେ ରୋକ୍ ଲଗାଇବା ପରେ ଏବେ ପରିବାର ବର୍ଗଙ୍କ ସହ ଭାରତରେ ଖୁସିର ଲହରୀ ଖେଳିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2019/07/Kulbhusan.jpg)