ପାକିସ୍ତାନ: କୁଳଭୂଷଣ ଯାଦବ ମାମଲାରେ ଓକିଲ ନିଯୁକ୍ତି ପ୍ରସଙ୍ଗ, ଅକ୍ଟୋବର ୫ ତାରିଖ ଯାଏଁ ଶୁଣାଣି ସ୍ଥଗିତ

110

କନକ ବ୍ୟୁରୋ : ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ କୁଳଭୂଷଣ ଯାଦବଙ୍କ ମାମଲାରେ କୁଳଭୂଷଣଙ୍କ ପକ୍ଷରୁ ଓକିଲ ନିଯୁକ୍ତି ପ୍ରସଙ୍ଗ । ଏହି ପ୍ରସଙ୍ଗରେ ପାକିସ୍ତାନର ଏକ ଅଦାଲତ ଦେଶର ଶେଷ ବିଧି ଅଧିକାରୀଙ୍କ ଅନୁରୋଧ କ୍ରମେ ଓଳିଲ ନିଯୁକ୍ତ କରିବା ନେଇ ସରକାରଙ୍କ ଯାଚିକା ଉପରେ ଶୁଣାଣିକୁ ଅକ୍ଟୋବର ୫ ତାରିଖ ଯାଏଁ ସ୍ଥଗିତ ରଖିଛନ୍ତି ।

ସୂଚନା ଥାଉକି ଭାରତୀୟ ନୌସେନାର ଅବସରପ୍ରାପ୍ତ ଅଧିକାରୀ ୫୦ ବର୍ଷିୟ କୁଳଭୂଷଣ ଯାଦବଙ୍କୁ ପାକିସ୍ତାନ ସେନା ଅଦାଲତ ଗୁପ୍ତଚର ଓ ଆତଙ୍କବାଦ ଅଭିଯୋଗରେ ୨୦୧୭ ଏପ୍ରିଲ ମାସରୁ ଦୋଷୀ ସାବ୍ୟସ୍ତ କରି ମୃତଦଣ୍ଡ ଭଳି ସଜା ଶୁଣାଇଛି । ଏନେଇ ଭାରତ ତରଫରୁ ଆର୍ନ୍ତଜାତୀୟ କୋର୍ଟରେ ମାମଲା ପହଂଚାଇବା ପରେ ଆଇସିଜେ ଏହା ଉପରେ ରୋକ୍ ଲଗାଇଥିଲା । ଏନେଇ ୨୦୧୯ ରେ ଆଇସିଜେ କହିଥିଲା କି କୁଳଭୂଷଣଙ୍କ ମାମଲାରେ ପୁନଃବିଚାର କରୁ ପାକିସ୍ତାନ କୋର୍ଟ । ଏହାସହ ବିନା ଡେରିରେ କୁଳଭୂଷଣଙ୍କ ପାଇଁ ଭାରତୀୟ କୂଟନୀତିଜ୍ଞ ଉପଲବ୍ଧ କରାଇବାକୁ ଆଇସିଜେ ନିର୍ଦ୍ଦେଶ ଦେଇଥିଲା ।

ଆର୍ନ୍ତଜାତୀୟ ଗଣମାଧ୍ୟମର ଖବର ମୁତାବକ ଇସଲାମାବାଦ ଉଚ୍ଚ ନ୍ୟାୟାଳୟ ପାକିସ୍ତାନର ଆର୍ଟନୀ ଜେନରାଲ ଖାଲିଜ ଜାବେଦ ଖାନଙ୍କ ଅନୁରୋଧ କ୍ରମେ ଯାଦବଙ୍କ ପାଇଁ ଓକିଲ ନିଯୁକ୍ତ କରିବା ନେଇ ସରକାରଙ୍କ ଯାଚିକା ଉପରେ ଶୁଣାଣିକୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ଇସଲାମାବାଦ ଉଚ୍ଚ ନ୍ୟାୟାଳୟ ଭାରତୀୟ ଉଚ୍ଚ ଆୟୋଗ ଓକିଲଙ୍କୁ ଶୁଣାଣିର ପରବର୍ତ୍ତୀ ତାରିଖ ଉପରେ ଅଦାଲତରେ ହାଜର ହେବାକୁ ନୋଟିସ ବି ଜାରି କରିଛନ୍ତି ।

କହିରଖୁ କି ଏହା ପୂର୍ବରୁ ମେ ୭ ତାରିଖରେ ହୋଇଥିବା ଶୁଣାଣିରେ ଆଇସିର ଏକ ପୀଠ ଯାଦଙ୍କ ମାମଲାରେ ଓକିଲ ନିଯୁକ୍ତ କରିବାକୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ । ଏହି ଖଣ୍ଡପୀଠରେ ଜ୍ମୃିସ୍ ଅତହର ମିନଲ୍ଲାହ, ଜଷ୍ଟିସ ଓମେର ଫାରୁକ୍ ଓ ଜଷ୍ଟିସ ମିୟାଁଗୁଲ ହସନ ଓରଙ୍ଗଜେବ ଏହି ଖଣ୍ଡପୀଠରେ ସାମିଲ ଅଛନ୍ତି ।