କୁଳଭୂଷଣ ଯାଦବ ମାମଲାରେ ଭାରତ ଓ ପାକିସ୍ତାନ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତରେ ଆସନ୍ତା ସପ୍ତାହରେ ପୁଣି ଥରେ ପରସ୍ପରର ସାମନା କରିବେ । ଯାଦବଙ୍କୁ ନ୍ୟାୟ ଦେବା ପାଇଁ ଭାରତ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସରେ ବଡ ଲଢ଼େଇ ଲଢ଼ିବାକୁ ପ୍ରସ୍ତୁତ ଅଛି । ୧୮ ଫେବୃୟାରୀରୁ ସଂଯୁକ୍ତ ରାଷ୍ଟ୍ରର ଅନ୍ତର୍ଜାତୀୟ କୋର୍ଟରେ ୪ଦିନ ପର୍ଯ୍ୟନ୍ତ ମାମଲାର ଶୁଣାଣି ହେବ ।
ଶୁଣାଣିର ଆରମ୍ଭ ଭାରତ ପକ୍ଷରୁ ହେବ, ସେଇଠି ପାକିସ୍ତାନ ତାର ପରଦିନ ଅର୍ଥାତ୍ ୧୯ ଫେବୃୟାରୀରେ ନିଜ ପକ୍ଷ ରଖିବ । ୨୦ ଫେବୃୟାରରେ ଦ୍ୱିତୀୟ ରାଉଣ୍ଡରେ ପାକିସ୍ତାନ ଦ୍ୱାରା ରଖାଯାଇଥିବା ପକ୍ଷ ଉପରେ ଭାରତ ଜବାବ ଦେବ । ସେଇଠି ପାକିସ୍ତାନକୁ ଏହି ଅବସର ୨୧ ଫେବୃୟାରୀରେ ମିଳିବ । କୁଳଭୂଷଣ ଯାଦବ ଭାରତୀୟ ନାଗରିକ । ପାକ୍ ର ଗୁପ୍ତ ଏଜେନ୍ସି ଆଇଏସଆଇ ଯାଦବଙ୍କ ଅପହରଣ ଇରାନରୁ କରିଥିଲା । ପରେ ପାକିସ୍ତାନକୁ ମିଲିଟ୍ରି କୋର୍ଟ ତାଙ୍କୁ ଗୁପ୍ତଚର ଆଖ୍ୟା ଦେଇ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲା ।
୨୫ ମାର୍ଚ୍ଚ ୨୦୧୬ରୁ ଭାରତ ଲଗାତାର ଯାଦବଙ୍କ କାନ୍ସୁଲାର ଏକ୍ସେସ ଦାବି କରୁଛି । ୨୦୧୬ରେ ହିଁ ପାକ୍ ଭାରତୀୟ ଉଚ୍ଚ ଆୟାଗକୁ ଯାଦବଙ୍କ ଗିରଫ ସୂଚନା ମିଳିଥିଲା । କିନ୍ତୁ ଏପର୍ଯ୍ୟନ୍ତ ପାକିସ୍ତାନ ଯାଦବଙ୍କ କାନ୍ସୁଲାର ଏକ୍ସେସ ଦେଲାନି । କାନ୍ସୁଲାର ଏକ୍ସେସ ନଦେବା ପଛରେ ପାକିସ୍ତାନ ଯାଦବଙ୍କୁ ଗୁପ୍ତଚର ଆଖ୍ୟା ଦେଉଛି ।
କୁଳଭୂଷଣ ମାମଲାରେ କେବେ କ’ଣ ହୋଇଥିଲା ?
୨୫ ମାର୍ଚ୍ଚ ୨୦୧୬ : ଭାରତକୁ ଯାଦବ ହିରାସତରେ ଥିବା ସୂଚନା ମିଳିଥିଲା ।
୧୦ ଏପ୍ରିଲ ୨୦୧୭ : ପାକିସ୍ତାନର ମିଲିଟ୍ରି କୋର୍ଟ ଯାଦବଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଥିଲା ।
୮ ମେ ୨୦୧୭ : ଭାରତ ଆଇସିଜେର ଦ୍ୱାରସ୍ଥ ହେଲା
୧୫ ମେ ୨୦୧୭ : ମାମଲାର ଶୁଣାଣି ହେଲା
୧୮ ମେ ୨୦୧୭ : ଆଇସିଜେ ଫାଶୀ ଉପରେ ରୋକ୍ ଲଗାଇଲା
୨୫ ଡିସେମ୍ବର ୨୦୧୭ : ଯାଦବଙ୍କ ମାଆ ଓ ପତ୍ନୀ ପାକ୍ ଯାଇ ଯାଦବଙ୍କୁ ଭେଟିଥିଲେ
୨୮ ଡିସେମ୍ବର ୨୦୧୭ : ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏହି ସାକ୍ଷାତକାରର ସୂଚନା ସଂସଦରେ ଦେଲେ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/Jadhav-India-and-Pakistan_135424_730x419-m.jpg)
/kanak/media/post_attachments/wp-content/uploads/2019/02/ICIJ-Kulbhushan-Jadhav-300x183.jpg)
/kanak/media/post_attachments/wp-content/uploads/2019/02/images-12.jpg)