କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣା । ଜେଏମ୍ଏଫସି କୋର୍ଟଙ୍କ ରାୟ ପ୍ରକାଶ ପରେ ରକ୍ତମୁଖା ହୋଇପଡ଼ିଛନ୍ତି ବିଧାୟକ ପ୍ରତାପ ଜେନାଙ୍କ ସମର୍ଥକ । ମାହାଙ୍ଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମୃତକ କୁଳମଣି ବରାଳଙ୍କ ପରିବାର ପ୍ରତାପ ଜେନାଙ୍କ କୁଶ ପୁତଳିକା ଦାୟ କରିବାକୁ ଆସୁଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି । ବିଧାୟକଙ୍କ ସମର୍ଥକମାନେ ନୃତାଙ୍ଗ ଗାଁର ରାମଚନ୍ଦ୍ର ବେହେରା, ବାଜପୁରା ପଂଚାୟତର ଦିଲ୍ଲୀପ ସାହୁଙ୍କୁ ଆକ୍ରମଣ କରିଛନ୍ତି । ପୋଲିସ ଆହତ ଦୁହିଁଙ୍କୁ ଉଦ୍ଧାର କରି ବିଧାୟକ ସମର୍ଥକଙ୍କୁ ବୁଝାସୁଝା କରିଥିବା ସୂଚନା ରହିଛି ।
ମାହାଙ୍ଗା ଡବଲ ମର୍ଡର ଘଟଣା: କୋର୍ଟଙ୍କ ରାୟ ପରେ ମାହାଙ୍ଗାରେ ମୁହାଁମୁହିଁ କୁଳମଣି ବରାଳଙ୍କ ପରିବାର ଓ ପ୍ରତାପ ଜେନାଙ୍କ ସମର୍ଥକ
/kanak/media/post_attachments/wp-content/uploads/2023/09/10-30.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)