ଭାରତୀୟ ଅଧିକାରୀଙ୍କ ସହ ସାକ୍ଷାତ ବେଳେ କୂଳଭୂଷଣଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଲା ବିଦେଶ ମନ୍ତ୍ରାଳୟ : କହିଲା, ପାକିସ୍ତାନ ଚାପରେ ମିଥ୍ୟା ଆରୋପକୁ ସ୍ୱୀକାର କରୁଛନ୍ତି କୂଳଭୂଷଣ

322

କନକ ବ୍ୟୁରୋ : ପାକିସ୍ତାନ ଚାପରେ ମିଥ୍ୟା ଆରୋପକୁ ସ୍ୱୀକାର କରିଛନ୍ତି କୂଳଭୂଷଣ ଯାଦବ । ଦୂତାବାସ ସମ୍ବନ୍ଧୀୟ ସାକ୍ଷାତ ବେଳେ କୂଳଭୂଷଣ ପାକିସ୍ତାନ ପକ୍ଷରୁ ଗଭୀର ଚାପରେ ଥିଲେ, ତେଣୁ ପାକିସ୍ତାନ ଅଧିକାରୀଙ୍କ କହିବା ମୁତାବକ ସେ ବୟାନ ଦେଇଛନ୍ତି ବୋଲି ଭାରତ କହିଛି । କୂଳଭୂଷଣଙ୍କୁ ଭାରତୀୟ ଡେପୁଟି ହାଇକମିସନର ଗୌରବ ଅହଲୁୱାଲିଆ ସାକ୍ଷାତ କରିବା ବେଳେ ପାକିସ୍ତାନୀ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ପ୍ରାୟ ଅଢ଼େଇ ଘଂଟା ଧରି ଏହି ସାକ୍ଷାତ ହୋଇଥିଲା । କୂଳଭୂଷଣଙ୍କ ବୟାନକୁ ମଧ୍ୟ ରେକର୍ଡ କରାଯାଇଥିଲା । ଏହି ବୟାନରେ କୂଳଭୂଷଣ ଭାରତୀୟ ନୌସେନାର ଜଣେ କାର୍ଯ୍ୟରତ ଅଧିକାରୀ ଓ ସେ ଗୁପ୍ତଚର ଭାବେ କାର୍ଯ୍ୟ କରୁଥିଲେ ବୋଲି ସ୍ୱୀକାର କରିିଥିଲେ ।

ତେବେ ଭାରତ ଏହାକୁ ଖଣ୍ଡନ କରିଛି । ପାକିସ୍ତାନୀ ଅଧିକାରୀଙ୍କ ଚାପ ଯୋଗୁଁ କୂଳଭୂଷଣ ଏପରି କହିବାକୁ ବାଧ୍ୟ ହୋଇଥିବା ଭାରତ କହିଛିି । ବିଦେଶ ମନ୍ତ୍ରାଳୟ କହିଛି ଯେ, ଡେପୁଟି ହାଇକମିଶନରଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି, ଏହାକୁ ଅନୁଧ୍ୟାନ ପରେ ଆଗାମୀ ପଦକ୍ଷେପ ଉପରେ ନିଷ୍ପତି ହେବ । ଏହାସହ ଏହି ସାକ୍ଷାତବେଳେ ପାକିସ୍ତାନ ଅନ୍ତର୍ଜାତୀୟ କୋର୍ଟଙ୍କ ଗାଇଡଲାଇନକୁ ପାଳନ କରିଛି କି ନାହିଁ ଅନୁଧ୍ୟାନ କରାଯିବ । ପାକିସ୍ତାନ ଜେଲରେ ବନ୍ଦୀ ରହିବାର ୩ବର୍ଷ ପରେ ସୋମବାର କୁଳଭୂଷଣଙ୍କୁ ପ୍ରଥମ ଥର ପାଇଁ ମଳିଥିଲା କନସୁଲାର ଏକସେସ୍ ।

source: google.co.in

ଭିଏନା ଚୁକ୍ତି ଆଧାରରେ କୂଳଭୂଷଣଙ୍କୁ କନସୁଲାର ଏକସେସ୍ ଯୋଗାଇ ଦେବାକୁ ଜୁଲାଇ ୧୭ରେ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଥିଲେ ଅନ୍ତର୍ଜାତୀୟ କୋର୍ଟ । ୨୦୧୬ ମସିହାରେ ଗୁପ୍ତଚର ଅଭିଯୋଗରେ କୁଳଭୂଷଣଙ୍କୁ ଗିରଫ କରିଥିଲା ପାକିସ୍ତାନ । ଏହା ପରେ ୨୦୧୭ ମସିହାରେ ପାକିସ୍ତାନ ସାମରିକ କୋର୍ଟ କୂଳଭୂଷଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ । ଏହା ବିରୋଧରେ ଅନ୍ତର୍ଜାତୀୟ କୋର୍ଟ ଯାଇଥିଲା ଭାରତ । ମାମଲାର ବିଚାର ନସରିବା ପର୍ଯ୍ୟନ୍ତ ପାକିସ୍ତାନ କୂଳଭୂଷଣଙ୍କୁ ମୃତ୍ୟୁଦଣ୍ଡ ଦେଇପାରିବନି ବୋଲି ଅନ୍ତର୍ଜାତୀୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।