ମନୋରଞ୍ଜନର ଭଣ୍ଡାର ନେଇ ଆସୁଛି ‘କୁହୁ ସିନେ ଫ୍ଲିକ୍ସ’ । ରିଲିଜ୍ ହେବାକୁ ଯାଉଛି ଏହି ସବୁ କ୍ଷୁଦ୍ର ଚଳଚ୍ଚିତ୍ର ।

208

କନକ ବ୍ୟୁରୋ : ରିଲିଜ୍ ହେବାକୁ ଯାଉଛି, ଚଳଚ୍ଚିତ୍ର ନାୟକ ତଥା ଲୋକପ୍ରିୟ ତାରକା ସ୍ୱରାଜ ବାରିକଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ କ୍ଷୁଦ୍ର ଚଳଚ୍ଚିତ୍ର ‘ଫ୍ରସ-୨’ । ଏହା ସହ କୁହୁ ସିନେ ଫ୍ଲିକ୍ସ ଏବଂ ସ୍ୱରାଜ ବାରିକ ଫିଲ୍ମସର ମିଳିତ ପ୍ରଚେଷ୍ଟାରେ ଆଗକୁ ଆସୁଛି ‘ସୁପର ବୟ’ ଓ ‘ଭୂତ ଶିକାରୀ’ ଭଳି କ୍ଷୁଦ୍ର ଚଳଚ୍ଚିତ୍ର ।

‘କୁହୁ ସିନେ ଫ୍ଲିକ୍ସ’ ହେଉଛି ଓଡ଼ିଶାର ଖ୍ୟାତନାମା ଚଳଚ୍ଚିତ୍ର ପଯୋଜନା ସଂସ୍ଥା । ଯାହାର ପ୍ରଯୋଜକ ହେଉଛନ୍ତି ଶୁଭେନ୍ଦୁ କୁମାର ସାହୁ । ‘ହିରୋ ନମ୍ବର-୧’, ‘ଖୁସି’, ‘ତୁ ମୋ ଲଭଷ୍ଟୋରୀ-୨’, ‘ଅନୁଦିଦି ନଟଆଉଟ୍’ ପରି ଚଳଚିତ୍ର ନିର୍ମାଣ କରିଛି ‘କୁହୁ ସିନେ ଫ୍ଲିକ୍ସ’ ସଂସ୍ଥା ।

କେବଳ ଚଳଚ୍ଚିତ୍ର ନୁହେଁ, ଡିଜିଟାଲ୍ ଯୁଗର ଚାହିଦା ବଢିଥିବାରୁ କ୍ଷୁଦ୍ର ଚଳଚିତ୍ର ନିର୍ମାଣ କରିବା ଦିଗରେ ମଧ୍ୟ ଧ୍ୟାନ ଦେଇଛି ଏହି ପ୍ରଯୋଜନା ସଂସ୍ଥା । କରୋନା ମହାମାରୀ ସମୟରେ ଚଳଚିତ୍ର ପ୍ରେକ୍ଷଳୟ ସବୁ ବନ୍ଦ ଥିବାବେଳେ ଲୋକଙ୍କ ମନୋରଞ୍ଜନ ପାଇଁ ଆରମ୍ଭ ହୋଇଛି, ‘କୁହୁ ସିନେ ଫ୍ଲିକ୍ସ ଅଫିସିଆଲ୍’ ୟୁଟ୍ୟୁବ୍ ଚ୍ୟାନେଲ୍ । ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ତାପସ ସରଘରିଆଙ୍କ ଦ୍ୱାରା ନିର୍ଦ୍ଦେଶିତ କ୍ଷୁଦ୍ର ଚଳଚ୍ଚିତ୍ର ‘ଇସମାଟି’ ଠାରୁ ଆରମ୍ଭ ହୋଇଛି ଏହି ଡିଜିଟାଲ୍ ଯାତ୍ରା ।