କନକ ବ୍ୟୁରୋ : କୁଡୁମୀ ଜାତିକୁ ପୁନଃ ଆଦିବାସୀ ବର୍ଗରେ ସାମିଲ କରିବା ଦାବିରେ "କୁଡୁମୀ ସେନା" ପକ୍ଷରୁ ଆଜି ୬ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ ୬ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ କଲେଜ ,ରାସ୍ତାଘାଟ , ସରକାରୀ କାର୍ଯ୍ୟାଳୟ ଇତ୍ୟାଦି ସ୍ଥାନମାନଙ୍କରେ ବନ୍ଦ ପାଳନ କରାଯାଉଛି । ବାରିପଦା ସମେତ ଉଦଳା, କରଞ୍ଜିଆ, ରାଇରଙ୍ଗପୁର ଉପଖଣ୍ଡ ମାନଙ୍କରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବାରିପଦା ସହରର ମୁଖ୍ୟ ପ୍ରବେଶ ପଥ ତଥା ୧୮ ନଂ ଜାତୀୟ ରାଜପଥର ପାଲବଣି ଗୋଲେଇ ଓ ମୁର୍ଗାଵାଡି ଗୋଲେଇରେ କୁଡୁମୀ ସେନାର କର୍ମୀମାନେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଫଳରେ ଅନେକ ଗାଡିମଟର ଦୀର୍ଘ ସମୟ ଧରି ରାସ୍ତା କଡରେ ଠିଆ ହୋଇଥିବାର ଦେଖିବାକୁ ମିଳିଛି ।
ପ୍ରଥମରୁ ଆଦିବାସୀ ସମ୍ପ୍ରଦାୟରେ ରହିଥିବା କୁଡୁମୀ ଜାତିକୁ କୌଣସି କାରଣ ବଶତଃ ୧୯୫୦ ମସିହାରେ ସରକାର ସେମାନଙ୍କୁ ଆଦିବାସୀ ତାଲିକାରୁ ବାଦ ଦେଇ ସାଧାରଣ ବର୍ଗରେ ସାମିଲ କରିଥିଲେ। ହେଲେ ଆଦିବାସୀ ରୁ ବାଦ ପଡିବା ପରେ ଏହି ଜାତି ବିକାଶରୁ ବହୁ ଦୁରରେ ରହିଯାଇଥିବା ଅଭିଯୋଗ କରି ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ପୁନଃ ଆଦିବାସୀ ତାଲିକାରେ କୁଡୁମୀ ଜାତିକୁ ସାମିଲ କରିବା ପାଇଁ "କୁଡୁମୀ ସେନା" ଆନ୍ଦୋଳନ କରି ଆସୁଛି । ଏଥିପାଇଁ ସଂଗଠନ ପକ୍ଷରୁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ନିକଟରେ ବାରମ୍ବାର ଆନ୍ଦୋଳନ କରି ଆସୁଛନ୍ତି । ହେଲେ ନିକଟରେ ଓଡିଶା , ପଶ୍ଚିମବଙ୍ଗ ଓ ଝାର୍ଡଖଣ୍ଡ ୩ଟି ରାଜ୍ୟର କୁଡୁମୀ ସେନା ଦଳର ପ୍ରତିନିଧି କେନ୍ଦ୍ର ସରକାରଙ୍କୁ ଭେଟିଥିଲେ ।
ଏଥିପାଇଁ ରାଜ୍ୟ ସରକାରଙ୍କ ସୁପାରିଶ ଦରକାର ବୋଲି କେନ୍ଦ୍ର ସରକାର ପ୍ରକାଶ କରିଥିଲେ । ହେଲେ ରାଜ୍ୟ ସରକାର କୁଡୁମୀ ଜାତିର ଦାବିକୁ ଦବାଇ ଦେଉଥିବା ଅଭିଯୋଗ କରିଛନ୍ତି କୁଡୁମୀ ସେନା ଅଧ୍ୟକ୍ଷ ଜୟମୁନି ମହାନ୍ତ । ସେଥିପାଇଁ ଆଜି ସାକାର ୬ ଘଟିକରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ କଲେଜ ,ରାସ୍ତାଘାଟ , ସରକାରୀ କାର୍ଯ୍ୟାଳୟ ଇତ୍ୟାଦି ସ୍ଥାନମାନଙ୍କରେ କୁଡୁମୀ ସେନା ନିଜ ଅଧିକାର ଦାବିରେ ହରତାଳ କରିବା ନେଇ ପୂର୍ବରୁ ମଧ୍ୟ ଚେତାବନୀ ଦେଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/vlcsnap-2023-03-21-09h38m31s119.jpg)