କନକ ବ୍ୟୁରୋ: ଭଗବାନ ଶିବଙ୍କର ଆସ୍ଥାନ ବଡ ବିଚିତ୍ର । କେତେ ବେଳେ କେଉଁଠି ଆର୍ବିଭାବ ହୁଅନ୍ତି ସେକଥା ସେ ହିଁ ଜାଣି ଥାନ୍ତି । କେତେବେଳେ ବଣପାହାଡ ଘେରା ଜଙ୍ଗଲ ଭିତରେ ରହିବାକୁ ପସନ୍ଦ କରନ୍ତି ତ କେତେବେଳେ ପର୍ବତ ଗୁମ୍ଫାରେ ଆଉ ସବୁଠାରେ ଲିଙ୍ଗ ରୁପେ ପୂଜା ପାଇବାକୁ ପସନ୍ଦ କରିଆନ୍ତି ଦେବଦେବ ମହାଦେବ । ତେବେ  ଏମିତି ଏକ ଅଲୌକିକ ଶକ୍ତିପୀଠ ରହିଛି ଯାହା ଆଜିଠୁ ୭୦୦ ବର୍ଷ ପୁର୍ବେ ନିଘଂଚ ଜଙ୍ଗଲ ଭିତରେ ଆର୍ବିଭାବ ହୋଇ ପୂଜା ପାଇଆସୁଛନ୍ତି ଭଗବାନ ଭୋଳାଶଙ୍କର ।

Advertisment

publive-image

ପଶ୍ଚିମ ଓଡିଶାର ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରାଠାରୁ ୧୦ କିମି ଦୂରରେ ଅବସ୍ଥିତ ମହାଦେବଙ୍କର ଅଲୌକିକ ପୀଠ ମୁକ୍ତେଶ୍ୱର । ବଣ ପାହାଡ ଘେରା ଜଙ୍ଗଲ ରାସ୍ତା ଦେଇ ଗଲେ ପଡେ ଭଗବାନଙ୍କର ମନ୍ଦିର । ଏହାର କିମ୍ବଦନ୍ତିକୁ ନେଇ ଅନେକ ଦୂରଦୂରାନ୍ତରୁ ଭକ୍ତ ଧାଇଁ ଆସନ୍ତି ଏଠାକୁ । ପ୍ରବାଦ ରହିଛି ଏଠାକୁ ଆସି କେହି କେବେ ଖାଲି ହାତରେ ଫେରିନାହିଁ । ପର୍ବ , ପର୍ବାଣୀ , ଯାନି ଯାତ୍ରାରେ ଏଠି ଲକ୍ଷାଧିକ ଭକ୍ତ ଙ୍କ ସମାଗମ ଦେଖିବାକୁ ମଳିଥାଏ । ଏଠି ନିଷ୍ଠାର ସହ ନିୟମମୁତାବକ ଆଳତି ସହ ପୁଜାର୍ଚ୍ଚନା କରାଯାଇଥାଏ । ବିଶ୍ୱାସ ରହିଛି ଏଠି ଲିଙ୍ଗରୂପେ ପୂଜା ପାଉଥିବା ଭଗବାନଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ । ଆହୁରି ମଧ୍ୟ କୌଣସି ଦେବତାଙ୍କ ମନ୍ଦିର ପଶ୍ଚିମ ମୁଖା ହୋଇନଥିବା ବେଳେ ଏହି ମନ୍ଦିରର ମୁଖ ପଶ୍ଚିମ ଦିଗକୁ ରହିଛି ।

publive-image

ଏହାର କିମ୍ବଦନ୍ତି ମଧ୍ୟ ବଡ ବିଚିତ୍ର । ୭୦୦ ବର୍ଷ ପୁର୍ବେ ଏକଦା ଜଣେ କନ୍ଧ ଲୋକର କାଳିଗାଇ ଘରୁ ସବୁଦିନେ ପଳାଇ ଆସି ନଦୀ ପାର ହୋଇ କୂଳରେ ଥିବା ଏକ ପଥର ଉପରେ କ୍ଷୀର ଦେଇ ଚାଲିଯାଉ ଥିବା ଭଳି ଅଲୌକିକ ଘଟଣା ବାମଣ୍ଡା ରାଜାଙ୍କୁ ସ୍ୱପ୍ନାଦେଶ ପରେ ଏଠାରେ ମନ୍ଦିର ନିର୍ମାଣକୁ ନେଇ ଏକ ପୂରାତନ କିମ୍ବଦନ୍ତି ରହିଛି । ତେବେ ଏବେ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି ଉଭୟ ପୂଜକ ଓ ସ୍ଥାନୀୟ ବାସିନ୍ଦା । ତେବେ ଏହି ମନ୍ଦିରର କିମ୍ବଦନ୍ତି ଓ ଇତିହାସକୁ ଦେଖି ସରକାର ନିଜ ହାତକୁ ନେଇ ଏହାର ଦେଖାରଖା କଲେ ଏହା ନିଶ୍ଚୟ ଆହୁରି ଅଧିକ ଲୋକାଲୋଚନକୁ ଆସିପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।