ସିନ୍ଦୂର ଲିଭିବା ପରେ ସଂଘର୍ଷ ବଢିଛି..ଅସହାୟ ମାଆ ଆଖିରୁ ଲୁହ ଝରୁଛି । ଦୁଇ ଦିବ୍ୟାଙ୍ଗ ପିଲାଙ୍କ ଭବିଷ୍ୟତ ପାଇଁ ସରକାରଙ୍କ ପାଖରେ ନେହୁରା ହେଉଛି ନଳିନୀ...

Advertisment
ସିନ୍ଦୂର ଲିଭିବା ପରେ ସଂଘର୍ଷ ବଢିଛି..ଅସହାୟ ମାଆ ଆଖିରୁ ଲୁହ ଝରୁଛି । ଦୁଇ ଦିବ୍ୟାଙ୍ଗ ପିଲାଙ୍କ ଭବିଷ୍ୟତ ପାଇଁ ସରକାରଙ୍କ ପାଖରେ ନେହୁରା ହେଉଛି ନଳିନୀ...

କନକ ବ୍ୟୁରୋ: ନିଜ ପାଇଁ ନୁହେଁ ବରଂ ଦୁଇ କୁନି କୁନି ଛୁଆଙ୍କୁ ମଣିଷ କରିବା ପାଇଁ ଜଣେ ହତଭାଗିନୀ ମାଆର ଏଭଳି ନିବେଦନ ଶୁଣିଲେ ଆପଣଙ୍କ ଆଖିରେ ବି ବନ୍ଧ ମାନିବନି ଲୁହ । ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଖଇରଡିହି ଗାଁରେ ରହୁଥିବା ନଳିନୀ ପ୍ରଧାନଙ୍କ ଜୀବନରେ ସତେ ଯେମିତି ଘୋଟି ଆସିଛି ଦୁଃଖର କଳା ବାଦଲ । ସ୍ୱାମୀ କିଡନୀ ରୋଗରେ ପଡି ଆରପାରିକି ଚାଲିଯିବା ପରେ ଦୁଇ ଦିବ୍ୟାଙ୍ଗ ଶିଶୁଙ୍କୁ ଧରି ଭଙ୍ଗା ଘରେ ଏବେ ଭବିଷ୍ୟତ ଚିନ୍ତାରେ ନଳିନୀ ।

publive-image

ଆମେ ବି ପଢିବୁ ଆମେ ବି ବଢିବ ଆଉ ସ୍କୁଲ ଆସି ଆମ ଭବିଷ୍ୟତ ଗଢିବୁ । ଏହି ନିରୀହ ଛୁଆ ଦୁଇ ଜଣଙ୍କୁ ଦେଖିଲେ ଜଣା ପଡୁଛି ସତେ ଯେମିତି ଏମାନେ ସବୁ ପିଲାଙ୍କ ଭଳି ସବୁଥିରେ ପାରଙ୍ଗମ  ହେଲେ ଏ ଦୁଇ ଭାଇଭଉଣୀ ହେଉଛନ୍ତି ଦିବ୍ୟାଙ୍ଗ । ଶୁଣି ପାରନ୍ତିନି କି ପାଟି ଖୋଲି କହି ବି ପାରନ୍ତି ନାହିଁ । କଥାରେ ଅଛି କାଲ ଠାର କାଲ ମା ଜାଣେ । ପ୍ରତି ଦିନ ଏମାନଙ୍କ ମାଆ ହିଁ ଠାରି ଠାରି ପାଠ ଶିଖାଇ ସ୍କୁଲକୁ ଅନ୍ୟ ପିଲାଙ୍କ ସହ ମିଶି ପଢିବା ପାଇଁ ପଠାଉଛନ୍ତି । ହେଲେ ଏମାନେ ଶୁଣି ପାରୁନଥିବାରୁ ଶିକ୍ଷକମାନଙ୍କୁ ଏମାନଙ୍କୁ ପଢାଇବାରେ ବହୁ ଅସୁବିଧା ହେଉଛି । ସେହିଭଳି ଏମାନେ ସ୍କୁଲ ଯାଉଛନ୍ତି ସତ ହେଲେ ପିଲାମାନେ କଣ ପଢୁଛନ୍ତି କଣ କହୁଛନ୍ତି କିଛି ବୁଝି ପାରୁନାହାଁନ୍ତି । ମାତ୍ର ଶିକ୍ଷକମାନେ ଯାହା କଳାପଟାରେ ଲେଖିଦେଲେ ତାକୁ ଭଲରେ ଅନୁକରଣ କରି ପାଠପଢୁଛନ୍ତି ଆଉ ସାଧାରଣ ପିଲାଙ୍କ ସହ ପ୍ରତିଦ୍ୱନ୍ଦିତା ମଧ୍ୟ କରୁଛନ୍ତି ।

publive-image

ଏଭଳି ପରିସ୍ଥିତିରେ ଏହି ନିରୀହ ନିଷ୍ପାପ ଦୁଇ ଶିଶୁକୁ କିଏ କରିବ ସାହାଯ୍ୟ? ଜୀବନ ଜିଁବାକୁ ସଂଘର୍ଷ କରୁଥିବା ନଳିନୀଙ୍କ ପରିବାର ଉପରେ କେବେ ପଡିବ ପ୍ରଶାସନର ନଜର? ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଉଠିଥିବାବେଳେ ନଳିନୀଙ୍କୁ କେବେ ସହାୟତାର ହାତ ବଢ଼ାଇବେ ସରକାର ତାହା ଏବେ ଦେଖିବାକୁ ବାକି ରହିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe