କନକ ବ୍ୟୁରୋ: ନିଜ ପାଇଁ ନୁହେଁ ବରଂ ଦୁଇ କୁନି କୁନି ଛୁଆଙ୍କୁ ମଣିଷ କରିବା ପାଇଁ ଜଣେ ହତଭାଗିନୀ ମାଆର ଏଭଳି ନିବେଦନ ଶୁଣିଲେ ଆପଣଙ୍କ ଆଖିରେ ବି ବନ୍ଧ ମାନିବନି ଲୁହ । ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଖଇରଡିହି ଗାଁରେ ରହୁଥିବା ନଳିନୀ ପ୍ରଧାନଙ୍କ ଜୀବନରେ ସତେ ଯେମିତି ଘୋଟି ଆସିଛି ଦୁଃଖର କଳା ବାଦଲ । ସ୍ୱାମୀ କିଡନୀ ରୋଗରେ ପଡି ଆରପାରିକି ଚାଲିଯିବା ପରେ ଦୁଇ ଦିବ୍ୟାଙ୍ଗ ଶିଶୁଙ୍କୁ ଧରି ଭଙ୍ଗା ଘରେ ଏବେ ଭବିଷ୍ୟତ ଚିନ୍ତାରେ ନଳିନୀ ।
ଆମେ ବି ପଢିବୁ ଆମେ ବି ବଢିବ ଆଉ ସ୍କୁଲ ଆସି ଆମ ଭବିଷ୍ୟତ ଗଢିବୁ । ଏହି ନିରୀହ ଛୁଆ ଦୁଇ ଜଣଙ୍କୁ ଦେଖିଲେ ଜଣା ପଡୁଛି ସତେ ଯେମିତି ଏମାନେ ସବୁ ପିଲାଙ୍କ ଭଳି ସବୁଥିରେ ପାରଙ୍ଗମ ହେଲେ ଏ ଦୁଇ ଭାଇଭଉଣୀ ହେଉଛନ୍ତି ଦିବ୍ୟାଙ୍ଗ । ଶୁଣି ପାରନ୍ତିନି କି ପାଟି ଖୋଲି କହି ବି ପାରନ୍ତି ନାହିଁ । କଥାରେ ଅଛି କାଲ ଠାର କାଲ ମା ଜାଣେ । ପ୍ରତି ଦିନ ଏମାନଙ୍କ ମାଆ ହିଁ ଠାରି ଠାରି ପାଠ ଶିଖାଇ ସ୍କୁଲକୁ ଅନ୍ୟ ପିଲାଙ୍କ ସହ ମିଶି ପଢିବା ପାଇଁ ପଠାଉଛନ୍ତି । ହେଲେ ଏମାନେ ଶୁଣି ପାରୁନଥିବାରୁ ଶିକ୍ଷକମାନଙ୍କୁ ଏମାନଙ୍କୁ ପଢାଇବାରେ ବହୁ ଅସୁବିଧା ହେଉଛି । ସେହିଭଳି ଏମାନେ ସ୍କୁଲ ଯାଉଛନ୍ତି ସତ ହେଲେ ପିଲାମାନେ କଣ ପଢୁଛନ୍ତି କଣ କହୁଛନ୍ତି କିଛି ବୁଝି ପାରୁନାହାଁନ୍ତି । ମାତ୍ର ଶିକ୍ଷକମାନେ ଯାହା କଳାପଟାରେ ଲେଖିଦେଲେ ତାକୁ ଭଲରେ ଅନୁକରଣ କରି ପାଠପଢୁଛନ୍ତି ଆଉ ସାଧାରଣ ପିଲାଙ୍କ ସହ ପ୍ରତିଦ୍ୱନ୍ଦିତା ମଧ୍ୟ କରୁଛନ୍ତି ।
ଏଭଳି ପରିସ୍ଥିତିରେ ଏହି ନିରୀହ ନିଷ୍ପାପ ଦୁଇ ଶିଶୁକୁ କିଏ କରିବ ସାହାଯ୍ୟ? ଜୀବନ ଜିଁବାକୁ ସଂଘର୍ଷ କରୁଥିବା ନଳିନୀଙ୍କ ପରିବାର ଉପରେ କେବେ ପଡିବ ପ୍ରଶାସନର ନଜର? ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଉଠିଥିବାବେଳେ ନଳିନୀଙ୍କୁ କେବେ ସହାୟତାର ହାତ ବଢ଼ାଇବେ ସରକାର ତାହା ଏବେ ଦେଖିବାକୁ ବାକି ରହିଲା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/SARKAR.jpg)
/kanak/media/post_attachments/wp-content/uploads/2020/01/Screen-Shot-2020-01-24-at-1.43.33-PM.png)
/kanak/media/post_attachments/wp-content/uploads/2020/01/Screen-Shot-2020-01-24-at-1.43.18-PM.png)