କନକ ବ୍ୟୁରୋ : କଂଗ୍ରେସ ଓ ବିଜେପି ପକ୍ଷରୁ ଆଜି କୁଚିଣ୍ଡା ୧୨ ଘଣ୍ଟିଆ ବନ୍ଦ । ବିଜେଡି କର୍ମୀଙ୍କ ଗୁଣ୍ଡାଗିରି ପ୍ରତିବାଦରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରୁଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ପ୍ରତିବାଦ କରୁଥିବା ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଗୋଡେଇ ଗୋଡେଇ ମାଡ ମାରିଥିଲେ ବିଜେଡି କର୍ମୀ ।
ପୁଲିସ ଘଟଣାସ୍ଥଳରେ ଥାଇ ମଧ୍ୟ ଆକ୍ରମଣକାରୀଙ୍କୁ ରୋକିପାରିନଥିଲା । ଏହାର ପ୍ରତିବାଦରେ କୁଚିଣ୍ଡା ବନ୍ଦ ଡାକରା ଦେଇଛନ୍ତି ଉଭୟ କଂଗ୍ରେସ ଓ ବିଜେପି ଦଳ । ତେବେ ବନ୍ଦ ଡାକରାକୁ କୁଚିଣ୍ଡା ବ୍ୟବସାୟୀ ସଂଘ ସମର୍ଥନ ଦେବ ନାହିଁ ବୋଲି କହିଛି । ସ୍ଥାନୀୟ ଧର୍ମଶାଳାରେ ବ୍ୟବସାୟୀ ସଂଘର ଏକ ବୈଠକ ହୋଇଥିଲା । ବୈଠକରେ ଦୀପାବଳୀ ଓ ଧନତେରାସରେ ଥିବାରୁ ବନ୍ଦ ଡାକରାକୁ ସମର୍ଥନ ନଦେବାକୁ ନିଷ୍ପତ୍ତି ନିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/vlcsnap-2021-11-03-07h41m40s109.png)