କନକ ବ୍ୟୁରୋ : ଧାନ ପାଚିବା ଆଗରୁ ହୋଇଯାଉଛି ପୋଲା । ଅଜଣା ରୋଗରେ ଏମିତି ଶହ ଶହ ଏକର ଧାନ ଫସଲ ନଷ୍ଟ । ଏବେ ବିଲରେ ଧାନ ପାଚିବା ଅବସ୍ଥାକୁ ଆସିଗଲାଣି । ଆଉ ଦିନ କେଇଟା ପରେ ପାଚିଲା ଧାନ ଅମଳ କରିଥାନ୍ତେ ଚାଷି । ହେଲେ ବର୍ତମାନ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ର କୁସୁମି ଅଂଚଳରେ ଅଜଣା ରୋଗ ଯୋଗୁଁ ଶହ ଶହ ହେକ୍ଟର ଧାନ ଫସଲ ନଷ୍ଟ ହେବାରେ ଲାଗିଛି । ଅଂଚଳରେ ଭଲ ବର୍ଷା ହୋଇଥିବାରୁ ଧାନ ଫସଲ ମଧ୍ୟ ଭଲ ହୋଇଥିଲା ।
ତେବେ ଧାନ ପରିପକ୍କ ଅବସ୍ଥାରେ କ୍ଷୀର ନେଲା ବେଳକୁ ଅଜଣା ରୋଗର ଶିକାର ହୋଇଛି । କେଉଁଠି ଧାନ ସବୁ କେଣ୍ଡାରେ କଳା ହୋଇ୍ୟାଉଛି ତ ଆଉ କେଉଁଠି ପୋଲା ହୋଇ ଶୁଖି ଯାଉଛି । ଫଳରେ ଅମଳକୁ ନେଇ ଚିନ୍ତା ରେ ଚାଷୀ । ଧାନ ଫସଲ ନଷ୍ଟକୁ ନେଇ ଚାଷୀ ଜିଲ୍ଲା କୃଷି ଅଧିକାରୀ , ଉପଜିଲ୍ଲାପାଳ ଙ୍କୁ ଜଣାଇଥିବା ବେଳେ କୃଷି ବିଭାଗ ର ଅଧିକାରୀ ମାନେ ଔଷଧ ପକାଇବାକୁ କହି ଚୁପ ହୋଇ ବସିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/7-22.jpg)