କନକ ବ୍ୟୁରୋ : ଗୋପପୁର ପାଲଟିଛି କୁଚିଣ୍ଡା ଖଣ୍ଡୋକଟା । ଗାଁ ର ଅଧା ଗୋପପୁର ହୋଇଥିବା ବେଳେ ଆର ଅଧା ପାଲଟିଯାଇଛି ମଥୁରା ନଗରୀ । ମଂଚରେ ଶୁଭୁଛି ମହାରାଜ କଂସଙ୍କ ଗର୍ଜନ । ଚାଲିଛି କଂସ ରାଜାଙ୍କ ରାଜୁତି । ମହାରାଜ କଂସଙ୍କ ଦରବାରରେ ବସିଛନ୍ତି ମନ୍ତ୍ରୀ ପାରିଷଦ । ସୋମବାର ଧନୁ ଯାତ୍ରାର ଶୁଭାରମ୍ଭ ହୋଇଥିବା ବେଳେ ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ନିଜେ କଂସ ରାଜ ମୁକୁଟ ପିନ୍ଧି ରାଜଗାଦିରେ ବସିଛନ୍ତି । ଶୁନ୍ୟ ବାଣୀ ପରେ ଭଉଣୀ ଦେବକୀ, ଭିଣୋଇ ବାସୁଦେବଙ୍କୁ କାରାଗାରରେ ବନ୍ଦି କରିଛନ୍ତି ମହାରାଜ କଂସ ।
ଖଣ୍ଡୋକଟାରେ ଆୟୋଜିତ ଏହି ଧନୁ ଯାତ୍ରା ଏ ବର୍ଷ ୩୧ ତମ ମହୋତ୍ସବ ପାଳନ କରୁଛି । ଗାଁ କଳାକାରଙ୍କ ଚମକ୍ରାର ଅଭିନୟ ସାଙ୍ଗକୁ ଜିଲ୍ଲା ବାହାରୁ ମଧ୍ୟ କଳାକାର ଆସି ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି । କଂସଙ୍କ ରାଜ ଦରବାରରେ କଂସ ରାଜୁତି ଚାଲିଥିବା ବେଳେ ନୃତ୍ୟଗୀତର ଆସର ଜମାଇଥିଲେ କଳାକାର ।
ଦୀର୍ଘ ୩୧ ବର୍ଷ ଧରି ବିନା ପାରିଶ୍ରମିକରେ କଳାକାର ମାନେ ଏହି ଧନୁଯାତ୍ରାରେ ନିଜ ର ଅଭିନୟ କରି ଲୋକଙ୍କ ମନୋରଞନ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/36-7.jpg)