କନକ ବ୍ୟୁରୋ : ସମ୍ବଲପୁର କୁଚିଣ୍ଡାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦୋକାନ ବଜାର ବନ୍ଦ ଓ ବସ୍ ଚଳାଚଳ ବନ୍ଦ । କୁଚିଣ୍ଡାରେ ଥିବା ଭଙ୍ଗା ଝୁଲେନ୍ ପୋଲ ମରାମତି ସହିତ ପୁରୁଣା ବସଷ୍ଟାଣ୍ଡକୁ ବସ୍ ଚଳାଚଳ ଦାବି କରିଛି ବ୍ୟବସାୟୀ ସଂଘ ଓ ଘରୋଇ ମାଲିକ ସଂଘ । ବନ୍ଦରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି । ବସ୍ ଚଳାଚଳ ବନ୍ଦ ଯୋଗୁ ଲୋକେ ନାନା ଅସୁବିଧା ଭୋଗୁଛନ୍ତି । ନୂଆ ବସଷ୍ଟାଣ୍ଡରୁ ପୁରୁଣା ବସଷ୍ଟାଣ୍ଡକୁ ବସ୍ ଚଳାଚଳ କରିନଥିବାରୁ ଲୋକେ ଅନେକ ସମସ୍ୟା ଭୋଗୁଛନ୍ତି । ସେହିପରି ଝୁଲେନ୍ ପୋଲ ମରାମତି ନେଇ ବାରମ୍ବାର ଦାବି ହୋଇଥିଲେ ମଧ୍ୟ ପ୍ରଶାସନ ଚୁପ୍ ରହିଥିବା ଅଭିଯୋଗ ହୋଇଛି ।

Advertisment