୨୫ ବର୍ଷରେ ‘କୁଛ କୁଛ ହୋତା ହେ’ : ମୁମ୍ବାଇରେ ଆୟୋଜିତ ହେଲା ସ୍ୱତନ୍ତ୍ର ସ୍କ୍ରିନିଂ; ଏକାଠି ହେଲେ କରଣ ଜୋହର, ଶାହାରୁଖ ଓ ରାଣୀ ମୁଖାର୍ଜୀ

୨୫ ବର୍ଷରେ ‘କୁଛ କୁଛ ହୋତା ହେ’ : ମୁମ୍ବାଇରେ ଆୟୋଜିତ ହେଲା ସ୍ୱତନ୍ତ୍ର ସ୍କ୍ରିନିଂ; ଏକାଠି ହେଲେ କରଣ ଜୋହର, ଶାହାରୁଖ ଓ ରାଣୀ ମୁଖାର୍ଜୀ

କନକ ବ୍ୟୁରୋ : ୯୦ ଦଶକର ସୁପରହିଟ୍ ବଲିଉଡ ଫିଲ୍ମ କୁଛ କୁଛ ହୋତା ହେକୁ ପୂରିଲା ୨୫ ବର୍ଷ । ୧୯୯୮ ମସିହା ଅକ୍ଟୋବର ୧୬ରେ ରିଲିଜ୍ ହୋଇଥିଲା ଏହି ସୁପରହିଟ୍ ଫିଲ୍ମ । ଏଥିପାଇଁ ଗତକାଲି ମୁମ୍ବାଇରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର ସ୍କ୍ରିନିଂ । ଏକାଠି ହୋଇଥିଲେ ଫିଲ୍ମର ନିର୍ଦ୍ଦେଶକ କରଣ ଜୋହର, ଶାହାରୁଖ ଖାନ୍ ଓ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ସମେତ ଅନ୍ୟମାନେ । ଫିଲ୍ମରେ ଶାହରୁଖ ଖାନ୍ ରାହୁଲ ଭୂମିକାରେ ଅଭିନୟ କରିଥିବା ବେଳେ ରାଣୀ ମୁଖାର୍ଜୀ ଟିନା ଭୂମିକାରେ ଅଭିନୟ କରିଥିଲେ । ୯୦ ଦଶକର ଏହି ଫିଲ୍ମର କାହାଣୀ ଏବଂ ଗୀତ ଏବେବି ସୁପରିହଟ୍ । ସ୍ୱତନ୍ତ୍ର ସ୍କ୍ରିନିଂ ପରେ ଉପସ୍ଥିତ ଦର୍ଶକଙ୍କ ସହ ଶାହାରୁଖ, ରାଣୀ ମୁଖାର୍ଜୀ ଫଟୋ ଉଠାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe