ନିର୍ଦ୍ଦେଶକଙ୍କ ନିର୍ଲଜ ମନ୍ତବ୍ୟ ! କହିଲେ , ସାଙ୍ଗରେ ନିରୋଧ ରଖି ଦୁଷ୍କର୍ମକାରୀକୁ ସହଯୋଗ କରନ୍ତୁ ଯୁବତୀ , ଯାହାଦ୍ୱାରା ହତ୍ୟାର ଶିକାର ହେବାକୁ ପଡିବନାହିଁ । 

Advertisment
ନିର୍ଦ୍ଦେଶକଙ୍କ ନିର୍ଲଜ ମନ୍ତବ୍ୟ ! କହିଲେ , ସାଙ୍ଗରେ ନିରୋଧ ରଖି ଦୁଷ୍କର୍ମକାରୀକୁ ସହଯୋଗ କରନ୍ତୁ ଯୁବତୀ , ଯାହାଦ୍ୱାରା ହତ୍ୟାର ଶିକାର ହେବାକୁ ପଡିବନାହିଁ । 

ହାଇଦ୍ରାବାଦରେ ମହିଳା ପଶୁ ଚିକିତ୍ସକଙ୍କ ସହ ବଳାତ୍କାର ଓ ହତ୍ୟା ମାମଲା ସମଗ୍ର ଦେଶକୁ ସ୍ତବ୍ଧ କରିଥିବା ବେଳେ ଜନତାଙ୍କ ମନରେ ଆକ୍ରୋଶ ଭରି ରହିଛି । ଠିକ୍ ଏହି ସମୟରେ ସାଉଥ ଫିଲ୍ମମେକର ଡାନିଏଲ ଶ୍ରବଣ ନାମକ ବ୍ୟକ୍ତି ଦେଶରେ ବଳାତ୍କାରକୁ ଆଇନ ସମ୍ମତ କରିବାକୁ ଯୁକ୍ତି ବାଢ଼ିଛନ୍ତି। ସେ ଫେସବୁକରେ ଗୋଟିଏ ପରେ ଗୋଟିଏ ଲମ୍ବା ଚଉଡ଼ା ଲେଖା ଲେଖି ଯୁବତୀ ଓ ମହିଳାଙ୍କୁ ହାତରେ କଣ୍ଡୋମ ନେଇ ଚାଲିବା ଉଚିତ୍ ବୋଲି କହିଛନ୍ତି। ବଳାତ୍କାରୀଙ୍କ କାମବାସନାକୁ ନଏଡ଼ାଇ ଏବଂ ବଳାତ୍କାର ପରେ ହତ୍ୟା ନକରିବା ପରିବର୍ତ୍ତେ କାନୁନ ଏହାକୁ ମାନ୍ୟତା ଦେବା ଉଚିତ୍। ଏହି ବୟାନକୁ ନେଇ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ଏହି ବ୍ୟକ୍ତି ଜଣଙ୍କ ଦକ୍ଷିଣ ଭାରତୀୟ ଫିଲ୍ମରେ ସି ଗ୍ରେଡ଼ର ନିର୍ଦ୍ଦେଶକ।ତେବେ ଫେସବୁକ ପୋଷ୍ଟରେ ଲୋକେ ତାଙ୍କୁ ଉଚିତ୍ ଜବାବ ମଧ୍ୟ ଦେଇଛନ୍ତି। ଲୋକଙ୍କ ପ୍ରତିକ୍ରିୟା ଦେଖି ସେ ପୋଷ୍ଟଗୁଡ଼ିକକୁ ସାମାଜିକ ଗଣମାଧ୍ୟମରୁ ହଟାଇ ଦେଇଛନ୍ତି। ମାତ୍ର ତାଙ୍କ ପୋଷ୍ଟର ସ୍କ୍ରିନ ସଟ୍ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି।

publive-image

ବଳାତ୍କାର ବିଷୟରେ ଫେସବୁକ ପୋଷ୍ଟରେ ଡାନିଏଲ ଶ୍ରବଣ ଲେଖିଛନ୍ତି , ସରକାରଙ୍କୁ ବିନା ହିଂସାରେ ହେଉଥିବା ବଳାତ୍କାରକୁ କାନୁନ ମାନ୍ୟତା ଦେବା ଉଚିତ୍। ୧୮ ବର୍ଷରୁ ଅଧିକ ବୟସର ସମସ୍ତ ଯୁବତୀଙ୍କୁ ବଳାତ୍କାର ବିଷୟରେ ବିସ୍ତାରରେ ଜାଣିବା ଉଚିତ୍। ସେମାନଙ୍କୁ ପୁରୁଷଙ୍କ କାମନାକୁ ଏଡ଼ାଇବା ଉଚିତ୍ ନୁହଁ ବରଂ ସେମାନଙ୍କୁ କଣ୍ଡୋମର ବ୍ୟବହାର କରିବା ଉଚିତ୍। ଏମିତି ଭାବିବା ମୂର୍ଖତାପୂର୍ଣ୍ଣ ଯେ, ବୀରାପ୍ପାନ୍ କୁ ମାରି ଦେଲେ ତସ୍କରି ଉପରେ ଲଗାମ ଲାଗିଯିବ କିମ୍ବା ଲାଡ଼େନକୁ ମାରି ଦେଲେ ଆତଙ୍କବାଦ ଉପରେ କାବୁ କରାଯାଇପାରିବ। ଠିକ୍ ସେହି ପରି ନିର୍ଭୟା ଆକ୍ଟ ମଧ୍ୟ ବଳାତ୍କାର ସମୟରେ ହିଂସାକୁ ରୋକି ପାରିବନାହିଁ।

publive-image

ସେ ଏହା ମଧ୍ୟ ଲେଖିଛନ୍ତି ଯେ, ଖାସକରି ଭାରତୀୟ ଯୁବତୀଙ୍କୁ ଯୌନ ଶିକ୍ଷା ଦେବା ଉଚିତ୍। ବିଶେଷ କରି ୧୮ ବର୍ଷ ହେବା ମାତ୍ରେ ତାଙ୍କୁ ହାତରେ ନିରୋଧ ନେଇ ଚାଲିବା ଉଚିତ୍। ବହୁତ ସହଜ ତର୍କ ଯେ, ଯଦି ପୁରୁଷଙ୍କ ଇଚ୍ଛା ପୂରା ହେବ ତେବେ ସେମାନେ ମହିଳାଙ୍କୁ ଜୀବନରୁ ମାରିବେ ନାହିଁ। ସରକାରଙ୍କୁ କିଛି ଏହି ପରି ଯୋଜନା କରିବା ଉଚିତ୍। ସୋସିଆଲ ମିଡିଆରେ ତିବ୍ର ନିନ୍ଦା ପରେ ଅଭିନେତ୍ରୀ କୁବ୍ରା ସେଟ ପୋଷ୍ଟ କରି ଲେଖିଛନ୍ତି, ଡାନିଏଲ ଶ୍ରବଣଙ୍କୁ ମେଡିକାଲ ଚେକଅପ ସାଙ୍ଗକୁ ମାଡ଼ ମଧ୍ୟ ଦରକାର ତାହେଲେ ଯାଇ ତାଙ୍କ ମୁଣ୍ଡରୁ ଭ୍ରାନ୍ତ ଏବଂ ଖରାପ ଚିନ୍ତାଧାରା ବାହାରି ପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe