କୃଷି ଆଇନ ବିରୋଧରେ କୃଷକ ମୋର୍ଚ୍ଚାର ଚକାଜାମ । ଫେବୃଆରୀ ୬ରେ ସାରା ଦେଶରେ ଗାଡି ମୋଟର ବନ୍ଦ

ଚାଷୀ ନେତା ରାକେଶ ଟିକାୟତଙ୍କ ବଡ ଘୋଷଣା । ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ହେବନି ଚକାଜାମ ।

କନକ ବ୍ୟୁରୋ: ନୂଆ କୃଷି ଆଇନ ବିରୋଧରେ ଚାଷୀମାନଙ୍କର ଆନ୍ଦୋଳନ ଜାରି ରହିଛି । ଏହାରି ଭିତରେ ନୂଆ ଆଇନକୁ ବିରୋଧ କରି ଆସନ୍ତା ଫେବୃଆରୀ ୬ରେ ସାରା ଦେଶରେ ଚକାଜାମ୍ କରିବେ ଚାଷୀ । ଏନେଇ ସୋମବାର ସୂଚନା ଦେଇଛି କୃଷକ ମୋର୍ଚ୍ଚା । ଫେବୃଆରୀ ୬ ତାରିଖ ଦ୍ୱି ପହର ୧୨ଟାରୁ ୩ଟା ଯାଏଁ ସାରା ଦେଶରେ ଚକାଜାମ୍ କରାଯିବ ।

ଏହାପୂର୍ବରୁ ଚାଷୀମାନେ କୃଷି ଆଇନକୁ ବିରୋଧ କରି ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି କରିଥଇଲେ । ତା ସହ ଜାନୁଆରୀ ୩୦ ତାରିଖରେ ଚାଷୀମାନେ ଉପବାସରେ ମଧ୍ୟ ବସିଥିଲେ । ଏବେ ଚାଷୀମାନେ ସାରା ଦେଶରେ ଚକାଜାମ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ନୂଆ କୃଷି ଆଇନକୁ ନେଇ ଚାଷୀ-ସରକାର ଭିତରେ ଏବେ ବି କୌଣସି ନିଷ୍କର୍ସ ବାହାରିପାରିନି । ୧୧ ଥର ବୈଠକ ବସିଥିଲେ ବି କୌଣସି ଫଳାଫଳ ବାହାରିପାରିନି । ଯାହା ଫଳରେ ଚାଷୀମାନେ ଏବେ ଶେଷରେ ଚକାଜାମ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାର ନୂଆ କୃଷି ଆଇନରେ ସଂଶୋଧନ କରିବାକୁ ରାଜିଥିଲେ ମଧ୍ୟ ଚାଷୀମାନେ ଏହାର ଉଚ୍ଚେଦ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe