କନକ ବ୍ୟୁରୋ: ନୂଆ କୃଷି ଆଇନ ବିରୋଧରେ ଚାଷୀମାନଙ୍କର ଆନ୍ଦୋଳନ ଜାରି ରହିଛି । ଏହାରି ଭିତରେ ନୂଆ ଆଇନକୁ ବିରୋଧ କରି ଆସନ୍ତା ଫେବୃଆରୀ ୬ରେ ସାରା ଦେଶରେ ଚକାଜାମ୍ କରିବେ ଚାଷୀ । ଏନେଇ ସୋମବାର ସୂଚନା ଦେଇଛି କୃଷକ ମୋର୍ଚ୍ଚା । ଫେବୃଆରୀ ୬ ତାରିଖ ଦ୍ୱି ପହର ୧୨ଟାରୁ ୩ଟା ଯାଏଁ ସାରା ଦେଶରେ ଚକାଜାମ୍ କରାଯିବ ।
ଏହାପୂର୍ବରୁ ଚାଷୀମାନେ କୃଷି ଆଇନକୁ ବିରୋଧ କରି ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି କରିଥଇଲେ । ତା ସହ ଜାନୁଆରୀ ୩୦ ତାରିଖରେ ଚାଷୀମାନେ ଉପବାସରେ ମଧ୍ୟ ବସିଥିଲେ । ଏବେ ଚାଷୀମାନେ ସାରା ଦେଶରେ ଚକାଜାମ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ନୂଆ କୃଷି ଆଇନକୁ ନେଇ ଚାଷୀ-ସରକାର ଭିତରେ ଏବେ ବି କୌଣସି ନିଷ୍କର୍ସ ବାହାରିପାରିନି । ୧୧ ଥର ବୈଠକ ବସିଥିଲେ ବି କୌଣସି ଫଳାଫଳ ବାହାରିପାରିନି । ଯାହା ଫଳରେ ଚାଷୀମାନେ ଏବେ ଶେଷରେ ଚକାଜାମ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାର ନୂଆ କୃଷି ଆଇନରେ ସଂଶୋଧନ କରିବାକୁ ରାଜିଥିଲେ ମଧ୍ୟ ଚାଷୀମାନେ ଏହାର ଉଚ୍ଚେଦ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/trucks_647_062415124118.jpg)