ଭାରତୀୟ କ୍ରିକେଟର କୃନାଲ ପାଣ୍ଡ୍ୟା କରୋନା ପଜିଟିଭ । ଘୁଞ୍ଚିଲା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ

Advertisment
ଭାରତୀୟ କ୍ରିକେଟର କୃନାଲ ପାଣ୍ଡ୍ୟା କରୋନା ପଜିଟିଭ । ଘୁଞ୍ଚିଲା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ

କନକ ବ୍ୟୁରୋ: ଭାରତୀୟ କ୍ରିକେଟର କୃନାଲ ପାଣ୍ଡ୍ୟା କରୋନା ପଜିଟିଭ । କରୋନା ପଜିଟିଭ ହେବା ପରେ ଘୁଞ୍ଚିଲା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ । ରିପୋର୍ଟ ନଆସିବା ଯାଏଁ ସଙ୍ଗରୋଧରେ ରହିବେ ଅନ୍ୟ ଖେଳାଳି । ଅନ୍ୟ ଖେଳାଳିଙ୍କ ନମୁନା ନେଗେଟିଭ ଆସିବା ପରେ ମ୍ୟାଚ ଖେଳାଯିବ । ତେବେ ଆଜି ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବାର ଥିଲା ।

ଆସନ୍ତାକାଲି ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯାଇପାରେ । ଏହି ଟି-୨୦ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ପ୍ରଥମ ଟି-୨୦ରେ କୃନାଲ ପାଣ୍ଡ୍ୟା ବୋଲିଂ କରି ୧୬ ରନ ଦେଇ ୧ ୱିକେଟ ହାସଲ କରିଥିଲେ । ଏହାପୂର୍ବରୁ ଭାରତ ୨-୧ରେ ଦିନିକିଆ ସିରିଜରେ ବିଜୟ ହାସଲ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe