କନକ ବ୍ୟୁରୋ: ଭାରତୀୟ କ୍ରିକେଟର କୃନାଲ ପାଣ୍ଡ୍ୟା କରୋନା ପଜିଟିଭ । କରୋନା ପଜିଟିଭ ହେବା ପରେ ଘୁଞ୍ଚିଲା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ । ରିପୋର୍ଟ ନଆସିବା ଯାଏଁ ସଙ୍ଗରୋଧରେ ରହିବେ ଅନ୍ୟ ଖେଳାଳି । ଅନ୍ୟ ଖେଳାଳିଙ୍କ ନମୁନା ନେଗେଟିଭ ଆସିବା ପରେ ମ୍ୟାଚ ଖେଳାଯିବ । ତେବେ ଆଜି ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବାର ଥିଲା ।
ଆସନ୍ତାକାଲି ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯାଇପାରେ । ଏହି ଟି-୨୦ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ପ୍ରଥମ ଟି-୨୦ରେ କୃନାଲ ପାଣ୍ଡ୍ୟା ବୋଲିଂ କରି ୧୬ ରନ ଦେଇ ୧ ୱିକେଟ ହାସଲ କରିଥିଲେ । ଏହାପୂର୍ବରୁ ଭାରତ ୨-୧ରେ ଦିନିକିଆ ସିରିଜରେ ବିଜୟ ହାସଲ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/1-33.jpg)