ଦୁବାଇରୁ ଫେରୁଥିବା ବେଳେ ମୁମ୍ବାଇ ଏୟାରପୋର୍ଟରେ କୃନାଲ ପାଣ୍ଡ୍ୟା ଅଟକ । ପାଖରେ ଅଧିକ ମାତ୍ରାରେ ସୁନା ରଖିଥିବା ସନ୍ଦେହ

3,461

କନକ ବ୍ୟୁରୋ : ଭାରତୀୟ କ୍ରିକେଟର କୃନାଲ ପାଣ୍ଡ୍ୟାଙ୍କୁ ଆଜି ମୁମ୍ବାଇ ବିମାନ ବନ୍ଦରରେ ଅଟକ ରଖାଯାଇଥିଲା । ମୂଲ୍ୟବାନ ସାମଗ୍ରୀ ନେଉଥିବା ସନ୍ଦେହରେ ତାଙ୍କୁ ଅଟକ ରଖିଥିଲେ ଡାଇରକ୍ଟୋରେଟ ଅଫ ରେଭେନ୍ୟୁ ଇଣ୍ଟେଲିଜେନ୍ସର ଅଧିକାରୀମାନେ । ତେବେ ଅନେଇ ଅଧିକାରୀମାନେ ଅନୁସନ୍ଧାନ ଜାରି ରଖିଛନ୍ତି । ସେ ଆଇପିଏଲ ଖେଳି ଦୁବାଇରୁ ମୁମ୍ବାଇ ଫେରୁଥିଲେ ।

ତେବେ ତାଙ୍କ ପାଖରେ ଅଧିକ ମାତ୍ରାରେ ସୁନା ଥିବା ସନ୍ଦେହ କରାଯାଉଛି । କୃନାଲ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଟିମର ଖେଳାଳି । ଏହାସହ ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ ଭାଇ ମଧ୍ୟ । ଉଭୟ ଭାଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ ଖେଳନ୍ତି ।

୧୦ ନଭେମ୍ବରରେ ଆଇପିଏଲ ଶେଷ ହୋଇଥିଲା । ଚଳିତ ଆଇପିଏଲରେ ମୁମ୍ବାଇ ଚାମ୍ପିୟନ ହୋଇଥିଲା । ପରେ ଆଜି କୃନାଲ ପାଣ୍ଡ୍ୟା ଭାରତ ଫେରିଥିଲେ । ଏହି ସମୟରେ ତାଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଅଟକ ରଖିଛି ଡିଆରଆଇ ।